ଯାଜପୁର : ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିକ୍ଷୟତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର

0
117

ଯାଜପୁର -: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବାପା ଓ ଝିଅକୁ କଟକ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ମୃତା ଶିକ୍ଷୟିତ୍ରୀ ତରୁଲତା ବିଶ୍ୱାଳ(୩୮) ସ୍ବାମୀ ନିତ୍ୟାନନ୍ଦ ମଲିକ(୪୩)ଓ ଝିଅ ଶୁଭଶ୍ରୀ ମଲିକ (୧୩) ଖାଇ ପିଇ ଶୋଇଥିଲେ।  ତେବେ ବିଳମ୍ବିତ ରାତିରେ କୌଣସି କାରଣରୁ କେହି ଦୁର୍ବୃତ୍ତ ଉକ୍ତ ପରିବାର ଉପରେ ଆକ୍ରମଣ କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକ ଶିକ୍ଷୟତ୍ରୀଙ୍କୁ ପଦାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଓ ଝିଅ ମଧ୍ୟ ଆହତ ହୋଇ ପଡ଼ିଥିଲେ।

ଖବର ପାଇ ଧର୍ମଶାଳା ଥାନା IIC ପହଞ୍ଚ ତରୁଲତା ଏବଂ ଦୁଇ ଆହତ ନିତ୍ୟ ରଞ୍ଜନ ମଲିକ ଓ ଜୟଶ୍ରୀ ମଲିକଙ୍କୁ ମେଡିକାଲ ପଠାଯାଇଥିଲା ।  ମୃତ ତରୁଲତା ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର କରି  ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  SDPO ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here