ଭୁବନେଶ୍ୱର/ଦେବଗଡ଼ (ବ୍ୟୁରୋ ) – : ପୂର୍ବରୁ ମିଳିଥିବା ସୂଚନାନୁସାରେ ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ଓ ପୁଲିସ ପ୍ରଶାସନର ଜିଲ୍ଲା ଏବଂ ଶୀର୍ଷସ୍ତରରେ ଅବସ୍ଥାପିତ ଆଇପିଏସ୍ ଅଧକାରୀଙ୍କ ପଦପଦବିରେ ଅଦଳବଦଳ କରାଯାଇଛି।
ଏମ୍ ଅକ୍ଷୟ ଙ୍କ କେନ୍ଦ୍ରୀୟ ଡେପୁଟେସନରୁ ଅଣାଯାଇ ସିଏମ୍ଡିରେ ଅବସ୍ଥାପତି କରାଯାଇଛି । ସେହିପରି ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ଅଣାଯାଇ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଲଳିତ ଦାସଙ୍କୁ ସିଏମ୍ଡିରୁ ଏଡିଜିପି କମ୍ୟୁନିକେସନ୍ । ଆର୍କେ ଶର୍ମୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦିଆଯାଇଛି । ଏସ୍,କେ ପ୍ରିୟଦର୍ଶୀଙ୍କୁ CID, ADGP। ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳାର ଆଇଜିପି ଭାବେ ଦାୟିତ୍ୱ ଦିଆଯାଇଛି ।
ଏତଦ୍ବ୍ୟତୀତ ଗଜପତି ଏସ୍ପି ସାରା ଶର୍ମୀଙ୍କୁ ଭିଜିଲାନ୍ସ ବିଭାଗକୁ ଅଣାଆଇଛି । ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳର ନୂତନ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସାଗରିକ ନାଥଙ୍କୁ ଟ୍ୱିନ-ସିଟି ଟ୍ରାଫିକ ଡିସିପି ପଦରୁ ହଟାଯାଇ ସୁନ୍ଦରଗଡ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ସୁନ୍ଦରଗଡ ଏସ୍ପି ସୌମ୍ୟ ମିଶ୍ରଙ୍କୁ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି ଆଇପିଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପର୍ସନେଲ, ତପନ କୁମାର ପଟ୍ଟନାୟକଙ୍କୁ ଗଜପତି ଏସପି, ଏସ.ସି ଜମାଦାରଙ୍କୁ ଦେବଗଡ଼ ଏସପି, ବିନୀତ ଅଗ୍ରୱାଲାଙ୍କୁ କନ୍ଧମାଳ ଏସପି, ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ବଦଳି କରାଯାଇଛି।