ନାକଟିଦେଉଳ (ଆଦ୍ୟାଶା ନିଉଜ ) – : ସରକାର ଗରିବ ଲୋକ ଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ହେଲେ ଏବେ ବି ବହୁ ଯୋଜନା ଗରୀବ ଲୋକଙ୍କ ପାଖରେ ପହଂଚି ପାରୁ ନଥିବା ଜଣାପଡୁଛି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଶିମିଳିପାଳ ପଂଚାୟତର ଶିହିଲିଆ ଗ୍ରାମରେ ବିଧବା ମହିଳା ବିମଳା ଦାଶ(୬୫)ସ୍ୱାମୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଛୁଆ ପିଲା ନାହାନ୍ତି କି ଜମି ବାଡ଼ି ନାହିଁ। କେବଳ ଘର ଡିହ ପଟ୍ଟା ପାଇଛନ୍ତି ,ଘର କହିଲେ ଚାଳ ଛପର ଘର ଘର ଭିତରୁ ଦିନରେ ସୂର୍ଯ୍ୟ ଦେଖା ଯାଉଥିବା ବେଳେ ରାତିରେ ଚନ୍ଦ୍ର କୁ ଦେଖିବାକୁ ମିଳୁଛି। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡେ ଛପର କରିଥିବା ବେଳେ ଏବେ ଖରାରେ ତାହା ନଷ୍ଟ ହେଇଗଲାଣି । ବିମଳା କୁ ୧୦କିଲୋ ଚାଉଳ ମିଳୁଥିଲା, ତା୫/୯ /୨୦୧୭ରୁ୫/୧୦/୨୦୧୯ପର୍ଯ୍ୟନ୍ତ ୧୦କେଜି ଲେଖାଏଁ ଚାଉଳ ପାଉଥିଲେ ଶିମିଳିପାଳ ପଂଚାୟତରୁ ତା ପରଠୁ ତାଙ୍କୁ ଆଉ ଚାଉଳ ଦିଆ ଗଲା ନାହିଁ । ସେଇ ଦିନ ଠାରୁ ସେ ବେଳେ ଖାଇଲେ ଆଉ ଗୋଟେ ବେଳ ଉପବାସରେ ଦିନ ବିତାଉଛନ୍ତି। ଗ୍ରାମର ଶତ୍ରୁଘନ ମାଝୀ ନାମକ ବ୍ୟକ୍ତି ବେଳାଏ ଖାଇବାକୁ ଦେଉଛନ୍ତି ,ଫଳରେ ସେ ଅନାହାର ରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ଚାଉଳ ନଥିବାରୁ ରାନ୍ଧି ମଧ୍ୟ ପାରୁନାହାନ୍ତି । ଗୋଟିଏ ହାତ କେବେଠୁ ଅକର୍ମଣ୍ୟ ହୋଇଛି ଯେ ସେ କିଛି ବି କରିପାରୁନାହାନ୍ତି। ପଂଚାୟତରେ ଘର ଖଣ୍ଡିଏ ଓ ଚାଉଳ ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ କେହି ବି ଗୁରୁତ୍ୱ ଦେଉ ନଥିବା ସେ ପ୍ରକାଶ କରିଛନ୍ତି। ଯଦି ମୋ କଥା କୁ କେହି ଶୁଣିବେ ନାହିଁ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବି ବୋଲି ପ୍ରକାଶ କରିଛନ୍ତି ନିଃସହାୟ ବିମଳା । ନାକଟିଦେଉଳ ବିଡ଼ିଓ ଓ ସମ୍ବଲପୁର ଜିଲ୍ଲା ପାଳ ଅନାହାର ରେ ରହୁଥିବା ବିମଳା ର କଥା ବୁଝି ବାକୁ ଦାବି ହେଉଛି ।