ମହିଳାଙ୍କ ହଜି ଯାଇଥିବା ବ୍ୟାଗ୍‌ ଫେରାଇ ମହାନତା ଦେଖାଇଲେ ଅଟୋ ଡ୍ରାଇଭର

0
20
ତାଳଚେର : ଅଟୋ ଡ୍ରାଇଭର ଙ୍କ ମାନବିକତା  । ମହିଳାଙ୍କ ହଜି ଯାଇଥିବା ବ୍ୟାଗ୍‌ ଫେରାଇ ମହାନତା ଦେଖାଇଲେ ଅଟୋ ଡ୍ରାଇଭର । ତାଳଚେର ବିରାଦପଡାର ଅଟୋ ଡ୍ରାଇଭର ରିତେଶ ସ୍ୱାଇଁ ଏଭଳି କାମ କରି ଏବେ ଚର୍ଚ୍ଚାରେ ଅଛନ୍ତି । ଡେରା ଛକ ନିକଟସ୍ଥ ରାସ୍ତାରୁ ଏକ ବ୍ୟାଗ୍‌ ପାଇଥିଲେ ରିତେଣ । ବ୍ୟାଗ ଖୋଲିବା ପରେ ସେଥିରେ ୨୭ ହଜାରରୁ ଅଧିକ ଟଙ୍କା ସହ ଭୋଟର କାର୍ଡ ଓ ଏଟିଏମ୍‌ ଥିଲା ।
ଏଥିପାଇଁ ସେ ବ୍ୟାଗ ନେଇ ତାଳଚେର ଥାନାରେ ଦେଇଥିଲେ । ପୋଲିସ ବ୍ୟାଗରୁ ମହିଳାଙ୍କ ପରିଚୟ ପାଇ ମହିଳାଙ୍କୁ ଖବର ଦେଇଥିଲା । ପରେ ମହିଳା ଜଣଙ୍କ ଥାନାକୁ ଆସି ବ୍ୟାଗ ନେଇଛନ୍ତି । ରିତେଶଙ୍କ ଏଭଳି ମହାନ କାମ ପାଇଁ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ଆଉ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here