ନରୋତ୍ତମ ଦେହୁରୀରୁ ପୂଜା କିନ୍ନର : ଟ୍ରେନ ରେ ମାଗିବା ଛାଡି ଚାକିରୀ କଲେ ପୂଜା କିନ୍ନର

0
31
ରେଢ଼ାଖୋଲ (ଆଦ୍ୟାଶା ନିଉଜ ) – : କିନ୍ନର ହେଲେ ବି କିଛି କମ୍ ନୁହଁନ୍ତି । ଏ ହେଉଛନ୍ତି ଦେବଗଡ଼ ଜିଲ୍ଲା ରଞ୍ଜନା ଗାଁର ନରୋତମ ଦେହୁରୀ ଓରଫ ପୂଜା କିନ୍ନର। ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦ ରେ ଡେ-ଏନୟୁଏଲଏମ ବିଭାଗର ସିଟି ମିଶନ ମେନେଜମେନ୍ଟ ରେ ସୋପୋଟିଙ୍ଗ ଷ୍ଟାପ ଭାବରେ ପୂଜା ନିଯୁକ୍ତ ପାଇଛନ୍ତି। ଜଣେ ଥାର୍ଡ ଜେଣ୍ଡର ଭାବେ ସରକାରି କାର୍ଯ୍ୟାଳୟରେ ନିଯୁକ୍ତି ପାଇବା ଏହା ପ୍ରଥମ। ଏହି ସଫଳତା ପାଇଁ ପୂଜାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ତାଙ୍କ ବେଶ ପୋଷାକ ଓ ଆବଭାବ ଦେଖି ରାସ୍ତାଘାଟରେ କିଏ କିଏ କମେଣ୍ଟ ମାରୁଛନ୍ତି। କିନ୍ତୁ ସେଥିପ୍ରତି ତାଙ୍କର ନିଘା ନାହିଁ। ଟ୍ରେନରେ ନାଚଗୀତ ନକରି ଏବେ ସରକାରୀ ଅଫିସରେ ଚାକିରି ଆରମ୍ଭ କରିଛନ୍ତି ପୂଜା କିନ୍ନର। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, କିନ୍ନରଟିଏ ଅଫିସରେ କାମ କରୁଥିବା ବେଳେ କେମିତି ଥିବ ତାଙ୍କ ପ୍ରତି ଅନ୍ୟମାନଙ୍କ ଦୃଷ୍ଟିକୋଣ ?
ନରୋତ୍ତମ ଦେହୁରୀରୁ ପୂଜା କିନ୍ନର ପାଲଟି ଥିବା ପୂଜା କିନ୍ତୁ ତାଙ୍କ କାମ ରେ ଭାରି ଖୁସି । ଅନ୍ୟ କିନ୍ନର ମାନେ ମଧ୍ୟ ତାଙ୍କ ପରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଆଗକୁ ବଢିବା କୁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here