The Return of ‘ମାନ୍ୟବର ସାରଥୀ ’

0
15

ଭୁବନେଶ୍ୱର -: ଦୀର୍ଘ ୬ ବର୍ଷ ପରେ ଆସର କୁ ଫେରିବେ ବିବାଦୀୟ ବାବା ସାରଥି । ପୁଣି  ‘ଶୁଭିବ ମାନ୍ୟବର’। ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି ଓରଫ ସନ୍ତୋଷ ରାଉଳ। ସାରଥିଙ୍କୁ ପ୍ରବଚନ ପାଇଁ  ଅନୁମତି ଦେଇଛନ୍ତି ହାଇକୋର୍ଟ। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇପାରିବେ ପ୍ରବଚନ। କୋଭିଡ଼ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥି । ତେବେ ହାଇକୋର୍ଟ ଏ ମାମଲାରେ ଶୁଣାଣି କରି ପ୍ରବଚନ ଏବଂ ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି ଏବଂ ଏହା ଜୁଲାଇ ମାସରୁ ବଳବତ୍ତର ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।ଥି। ତେବେ ସେ କେଉଁଠି ପ୍ରବଚନ ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

ସାରଥୀ ବାବା ୬ ବର୍ଷ ପୂର୍ବେ ହଜାର ହଜାର ଭକ୍ତଙ୍କ ପାଇଁ ସାରଥୀ ଥିଲେ ଭଗବାନ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ପୂରା ବାରିମୂଳ ଫାଟୁଥିଲା । ଆଉ ଏହା ସାଙ୍ଗକୁ ସାରଥୀଙ୍କ ଅଲୌକିକତାର ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ବାରିମୂଳରେ ଜମୁଥିଲା ଭକ୍ତଙ୍କ ଆସର । ହାତରୁ ବିଭୂତି ବାହାର କରିବା ହେଉ ଅବା ସିମେଣ୍ଟ ଗାଈରୁ କ୍ଷୀର ବାହାର କରି ଭକ୍ତଙ୍କ ପାଇଁ ଭଗବାନ ପାଲଟିଯାଇଥିଲେ ସାରଥୀ । ଏପରିକି ଭକ୍ତମାନେ ସାରଥୀଙ୍କୁ ଭଗବାନ ଗାଦିରେ ବସାଇ ପୂଜା କରିବାକୁ ପଛାଉ ନଥିଲେ ।

ତେବେ ୨୦୧୫ ଅଗଷ୍ଟ ୪ରେ ବଦଳିଗଲା ସବୁକିଛି । ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଥିଲା ପୂରା ରାଜ୍ୟ । ହାଇଦ୍ରାବାଦ ଗୋଲକୁଣ୍ଡା ହୋଟଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ଏକାଠି ରହୁଥିବା ଖବର ଆସିଥିଲା । ହୋଟେଲ ଲବିରେ ସୁଟବୁଟ୍ ପିନ୍ଧି ବସିଥିବା ବାବାଙ୍କ ଭିଡିଓ ଭାଇରାଲ୍ ହୋଇଗଲା। ଏଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୂରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହାସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତାରାତି ଆତ୍ମଘୋଷିତ ଭଗବାନ ପାଲଟି ଯାଇଥିଲେ ଭଣ୍ଡ । ସାରଥୀଙ୍କ ପାଇଁ ଜଳିଥିଲା ପୂରା କେନ୍ଦ୍ରାପଡା । ବାରିମୂଳରୁ ଆରମ୍ଭ ହୋଇଥିବା ଆକ୍ରୋଶ ପୂରା ରାଜ୍ୟକୁ ବ୍ୟାପିଥିଲା । ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଉଠିଲା ଦାବି । କିନ୍ତୁ ସାରଥୀଙ୍କ ନାଁରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ବାରିମୂଳ ଆଶ୍ରମ ଭିତରକୁ ପଶି ପାରୁ ନଥିଲା ପୁଲିସ ।

ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

୨୦୧୫ ମସିହା  ୮ ଅଗଷ୍ଟରେ ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ସାରଥିଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅସଲି ମୁଖା…ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ, ବାବା ପାଲଟିଗଲେ ଖଳନାୟକ ।

ତେବେ ଏକାଧିକି ମାମଲାରେ ଛନ୍ଦି ହୋଇଥିବା ପର୍ଯ୍ୟାୟକ୍ରମେ ତାଙ୍କୁ ଜାମିନ ମିଲିଥିଲା। ପ୍ରଥମେ ୨୦୧୭ ଏବଂ ପରେ ୨୦୧୯ରେ ସାରଥୀଙ୍କୁ ଜାମିନ ମିଳିଥିଲା।  ସାରଥି ଜେଲରୁ ବାହାରି ଶୋଭାଯାତ୍ରା କରିପାରିବେନି କି ବାରିମୂଳ ବା କେନ୍ଦ୍ରାପଡ଼ା ଯାଇ ପାରିବେନି ବୋଲି ସର୍ତ୍ତ ରଖିଥିଲେ କୋର୍ଟ। ସେହିପରି ସେ ଯେଉଁ ସ୍ଥାନରେ ରହିବେ ସେ ସ˚ପର୍କରେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଅବଗତ କରିବେ। ଠିକଣା ଓ ଟେଲିଫୋନ୍ ନମ୍ବର ସିଲ୍ କଭରରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ। ଜେଲରୁ ବାହାରିବା ପରେ ସାରଥିଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ଯେତେବେଳେ ଚାହିଁବେ ତାଙ୍କୁ ସ୍ଥାନୀୟ ପୁଲିସ ତୁରନ୍ତ ସୁରକ୍ଷା ଯୋଗାଇ ଦେବ ବୋଲି ହାଇକୋର୍ଟ ୨୦୧୭, ଅଗଷ୍ଟ ୪ରେ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here