ଜରୁରୀ ନଥିଲେ ହସ୍ପିଟାଲ ନଆସିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

0
6

ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ, କରୋନାର ଯେମିତି ଲଗାମ୍ ନାହିଁ। ଏପ୍ରିଲ୍ ପହିଲାରେ ୩୯୪ ପଜିଟିଭ୍, ଆଉ ଆଜି ୧୭୪୧ କେବଳ ଚଳିତ ମାସରେ ଆଜି ସୁଦ୍ଧା ବାହାରିଲେଣି ୧୦ ହଜାର ୩୮୫ ଜଣ ଆକ୍ରାନ୍ତ। ଗଲା ୨୪ ଘଣ୍ଟାରେ ୨ କୋଭିଡ୍ ମୃତ୍ୟୁକୁ ମିଶାଇ, ଚଳିତ ମାସରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ତେବେ ଚମକାଇବା ଭଳି ଚିତ୍ର ଆସିଛି ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ। ହଠାତ୍ ଏଠାରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛିା

ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଇମାମି ପେପର୍ ମିଲ୍ କଲୋନୀରୁ ବାହାରିଛନ୍ତି ୧୦୧ ପଜିଟିଭ୍। ଏତେ ସଂଖ୍ୟାରେ ଆକ୍ରାନ୍ତ ବାହାରିବା ପରେ ୭ ଦିନ ପାଇଁ କରୋନୀକୁ ମିନି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇ ଟ୍ରେସିଂ ଓ ଟ୍ରାକିଂକୁ ବଢ଼ାଯାଇଛି।

କରୋନା ଦ୍ୱିତୀୟ ଲହରିରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶା। ଗତ କିଛିଦିନ ଭଳି ଆଜି ବି ସୁନ୍ଦରଗଡ଼ରେ ସର୍ବାଧିକ ୨୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୨୧, କଳାହାଣ୍ଡିରୁ ୧୧୪ ଓ ନୂଆପଡା  ଜିଲ୍ଲାରୁ ୯୬ ଆକ୍ରାନ୍ତ ବାହାରିଛନ୍ତି। ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୨୦୦ ଟପିଛି।

LEAVE A REPLY

Please enter your comment!
Please enter your name here