ପାଣି ସମସ୍ୟା ନେଇ ତାତିଲେ ଗ୍ରାମବାସୀ ,ଗରା ବାଲଟି ଧରି ରାସ୍ତାରୋକ

0
9

ଉଦଳା : ପାଣି ସମସ୍ୟା ନେଇ ତାତିଲେ ଗ୍ରାମବାସୀ।  ଚୁଆ ଉପରେ ନିର୍ଭର ଗ୍ରାମବାସୀ, ଗୁହାରୀ କଲେ ବି ଶୁଣୁନି ପ୍ରଶାସନ ।ଯାହା ଫଳରେ ଆଜି ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ।

କପ୍ତିପଦା ବ୍ଲକ ଅଧିନ ଅଶ୍ଵକୁଟୀ ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ବାରମ୍ବାର ଗ୍ରାମବାସୀମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କଲେ ସୁଦ୍ଧା ଫଳ ଶୂନ। ସେଥିପାଇଁ  ଆଜି ଗରା ବାଲଟି ଧରି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ।

ଅଶ୍ଵକୁଟୀ ଗ୍ରାମରେ ଦୀର୍ଘ ବର୍ଷ ହେବ ପାନୀୟ ଜଳର ସମସ୍ୟା ଲାଗି ରହିଛି। ଗ୍ରାମରେ ପାନୀୟ ଜଳ ପାଇଁ କୌଣସି ସୁବିଧା ନଥିବାରୁ ଗ୍ରାମବାସୀମାନେ ଚୁଆ ଉପରେ ନିର୍ଭର କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ପାଇଁ ଗ୍ରାମରେ ନଳକୂପଟିଏ ଖନନ କରିବାକୁ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏଁ ସମସ୍ତଙ୍କ ନିକଟରେ ଅଭିଯୋଗ କଲେ ସୁଦ୍ଧା ଏଥିପ୍ରତି କେହି କର୍ଣ୍ଣପାତ କରୁ ନାହାଁନ୍ତି। ସେପଟେ ଖରା ଦିନ ଆସିବାରୁ ଚୁଆ ଶୁଖିଯିବାର ସମ୍ଭାବନା ରହିଛି। ତେଣୁ ଆଜି ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ଗରା ବାଲଟି ଧରି କପ୍ତିପଦା-ଶରତ-ଠାକୁରମୁଣ୍ଡା ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି। ଏନେଇ ଖବର ମିଳିବା ପରେ ଶରତ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

LEAVE A REPLY

Please enter your comment!
Please enter your name here