ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ

0
6

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ। CBSC/ ICSC ପରେ ରାଜ୍ୟ ବୋର୍ଡ ବାତିଲ ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ ମଦ୍ରାସା ପରୀକ୍ଷାକୁ ମଧ୍ୟ ସରକାର ବାତିଲ କରିଛନ୍ତି। ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ। ରେଜଲ୍ଟକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ। କରୋନା ସ୍ଥିତିକୁ ଦେଖି ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ଛାତ୍ରଛାତ୍ରୀ ଭେଟିଥିଲେ। ଆଜି ରାଜଧାନୀର ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ।

LEAVE A REPLY

Please enter your comment!
Please enter your name here