କରୋନାରେ ଆଖି ବୁଜିଲେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ

0
4

ନୂଆଦିଲ୍ଲୀ : ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଜୁନ୍‌ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା।

କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର ସାଢ଼େ ୫ଟାରେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here