ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଭୁବନେଶ୍ବରରୁ ଗିରଫ

0
22

ଭୁବନେଶ୍ବର : ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଶେଖର ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରିଛି ଯାଜପୁର ପୁଲିସ । ଏହାପୂର୍ବରୁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଜାନୁଆରି ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସରେ ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା । ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇ ଯାଇଥିଲେ।

ସେଠାରେ ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡି ଦେଇ ଚାଲି ଆସିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିଥିଲା ପୁଲିସ । ପରେ ତାକୁ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ଶେଖର ସେବେଠାରୁ ଫେରାର ରହିଥିଲା ।

LEAVE A REPLY

Please enter your comment!
Please enter your name here