କରୋନା ଭୟ ରେ କlନ୍ଧ ଦେବାକୁ ଆସିଲେନି ବଡ ପୁଅ

0
51

ଗୋଶାଲା (ଜିତୁ ନନ୍ଦ ) : ଗୋଶାଲା ଚିପଲିମା ରେ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ କାହାଣୀ , କରୋନା ଭୟ ରେ କlନ୍ଧ ଦେବାକୁ କେହି ଆସିଲେନି। ଶେଷ ରେ ରିକ୍ସା ରେ ନିଆଗଲା ଶବ ଅନ୍ତିମ ସଂସ୍କାର ପାଇଁ ।ଏହି ଘଟଣା  ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଘଟଣା ରୁ ପ୍ରକାଶ ଯେ ବୁଚି ମହାନ୍ତି ଜଣେ 65 ବର୍ଷ ବୟସ୍କା ମହିଳା ଜ୍ୱରରେ ପ୍ରାଣ ହରାଇଲେ। ସେ ମରିଗଲେ କିନ୍ତୁ ତାଙ୍କୁ ଦେଖା କରିବାକୁ କେହି ଆସିଲେ ନାହିଁ । ଏପରିକି ତାଙ୍କ ବଡ ପୁଅ ମଧ୍ୟ ତାଙ୍କୁ କାନ୍ଧ ଦେବାକୁ ଆସିଲା ନାହିଁ ।  କିନ୍ତୁ ତାଙ୍କ ସାନ ପୁଅର ବହୁତ ଜ୍ୱର ଥାଇ ମଧ୍ୟ କିଛି ସାଙ୍ଗ ମାନଙ୍କୁ ନେଇ ରିକ୍ସା ରେ ଅନ୍ତିମ ସଂସ୍କାର କରିଥିଲେ ।
କରୋନା ଭୟ ରେ ଏପରି ସମୟ ଆସିଛି, ଯେ କେହି କାହାକୁ ସମର୍ଥନ କରୁନାହାଁନ୍ତି ।  ଏପରିକି ପରିବାର ମଧ୍ୟ ସାଥ ଦେଉନାହାନ୍ତି ।

LEAVE A REPLY

Please enter your comment!
Please enter your name here