କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ରେ ଅନାମକୁ ଆଜୀବନ ,ଫାଶୀ ଦଣ୍ଡାଦେଶ ରଦ୍ଦ

0
24

ଅନୁଗୁଳ : ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅନାମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଏହି ମାମଲାରେ ଆଗରୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଏବେ ରାୟକୁ ବଦଳାଇଛନ୍ତି ସେହି ଅଦାଲତ। ଅଭିଯୁକ୍ତ ଅନାମ କାଙ୍ଗୁଲାରେ ଦୁଷ୍କର୍ମ ପରେ ପଥରରେ ଛେଚି ଜଣେ ନାବାଳିକାକୁ ହତ୍ୟା କରିଥିବା ସ୍ବୀକାର କରିଥିଲାବେଳେ ଅଦାଲତ ତାଙ୍କୁ ଯାବତ୍‌ଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ୬୦ ହଜାର ଟଙ୍କା ଜରିମାନା କରିଛନ୍ତି।

ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁ ମଶାଣି ଭୂଇଁ ନିକଟରେ ୨୦୧୯ ଜାନୁଆରି ୨୦ ଅପରାହ୍ଣରେ ଅନାମ ସେହି ଗାଁର ଜଣେ ୧୨ ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା। ସେତେବେଳେ ନାବାଳିକାର ମୃତଦେହ ସହ ମଧ୍ୟ ଅନାମ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ରେଡ୍ ଫ୍ଲାଗ୍ (RED FLAG) ମାମଲା ଭାବେ ଗ୍ରହଣ କରାଯାଇ ତଦନ୍ତକୁ ଜୋରଦାର କରିଥିଲା ଅନୁଗୁଳ ପୁଲିସ। ପରେ ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା ।ଏହି ମାମଲାର ବିଚାରଣା ଅନୁଗୁଳ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ କରାଯାଇଥିଲା। ଅଦାଲତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ଅନାମକୁ ଆଇପିସିର ଦଫା ୩୭୬(୩), ୩୦୨ ଓ ୨୦୧ରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଅନାମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ନିମ୍ନ ଅଦାଲତଙ୍କ ଫାଶୀ ଦଣ୍ଡାଦେଶ ରାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏହାସହିତ ଏହି ମାମଲାର ପୁନଃ ଶୁଣାଣି କରି ସାନି ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅନୁଗୁଳ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପକ୍ସୋ ବିଚାରପତି ପ୍ରଭାକର ଗାଣ୍ଠିଆଙ୍କ ଅଦାଲତରେ ଏହି ମାମଲାର ପୁନଃ ଶୁଣାଣି ହୋଇଥିଲାବେଳେ ଆଜି ଏହାର ଦଣ୍ଡାଦେଶ ଘୋଷଣା କରାଯାଇଛି। ଏହି ମାମଲାରେ ଅନାମକୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି ।

ଅପରପକ୍ଷରେ ଅଦାଲତଙ୍କ ଏହି ରାୟ ପରେ ଭାଙ୍ଗିପଡ଼ିଛନ୍ତି ପୀଡିତାଙ୍କ ପରିବାର। ସେମାନେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ପୀଡ଼ିତାଙ୍କ ସଂପର୍କୀୟ ଶିଶିର ମହାରଣା।

LEAVE A REPLY

Please enter your comment!
Please enter your name here