ଛତିଶଗଡ଼ ବିଜାପୁରରୁ ଅପହରଣ କରିଥିବା ପୁଲିସ ଏସଆଇଙ୍କୁ ହତ୍ୟା କଲେ ମାଓବାଦୀ

0
27

ମାଲକାନଗିରି:   ଗାଁ ନିକଟକୁ ମେଳା ଦେଖିବାକୁ ଯାଇ ଗତ ୨୧ ତାରିଖରୁ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା ପୁଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କ ଫେରାଇବା ପାଇଁ ସମସ୍ତ ରଣକୌଶଳ ଶେଷରେ ଫେଲ୍‌ ମାରିଲା। ୩ ଦିନ ପରେ ମୁରଲୀଙ୍କ ମୃତଦେହ  ମୃତଦେହ ବିଜାପୁରର କୁସୁମପାରାଠାରୁ ଆଜି ଉଦ୍ଧାର ହୋଇଛି । ନକ୍ସଲ ସଙ୍ଗଠନ ପାଇଁ କ୍ଷତି ପହଞ୍ଚାଇଥିବାରୁ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ନକ୍ସଲ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୃତ ଏସଆଇ ବସ୍ତର ଜିଲ୍ଲା ଜଗଦଲପୁରଠାରେ କାର୍ଯ୍ୟରତ ଥିଲେ। ତେବେ ଅପହରଣ ପରେ ତାଙ୍କୁ ଛାଡ଼ିଦେବା ପାଇଁ ଏସଆଇଙ୍କ ପରିବାର ଲୋକେ ମାଓବାଦୀଙ୍କୁ ଗୁହାରି କରିଥିଲେ ମଧ୍ୟ ମାଓବାଦୀମାନେ ତାଙ୍କ ଗୁହାରି ଶୁଣିନଥିଲେ। ମୃତ ଏସଆଇ ଗାଁ ଲୋକଙ୍କୁ ହଇରାଣ କରିବା ସହ ମାଓବାଦୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମାଓବାଦୀମାନେ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୧ତାରିଖରେ ତାଙ୍କୁ ଅପହରଣ କରିନେଇଥିଲା ଲାଲବାହିନୀ । ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଘଟଣା ଦିନ ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ଚଳିତ ମାସରେ ମାଓବାଦୀଙ୍କ ଦ୍ବାରା ଏହା ଥିଲା୨ୟ ଅପହରଣ ।

ଚଳିତ ମାସ ୩ ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ  ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଏପ୍ରିଲ ୮ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here