ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୬୪୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ,ଖୋର୍ଦ୍ଧା ରୁ ସର୍ବାଧିକ ୧,୧୮୯ ଜଣ

0
18

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୬୪୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ ଅଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରୁ ୭୮୮ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡ଼ାରୁ ୩୪୩, କଟକରୁ ୩୩୬, ବରଗଡ଼ରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪, କେନ୍ଦୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୋଳରୁ ୧୪୧, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୧୧୬, ନୟାଗଡ଼ରୁ ୧୧୦, ଗଜପତିରୁ ୯୬, କୋରାପୁଟରୁ ୬୭ ଓ ବାଲେଶ୍ୱରରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱରରୁ ୫୩ ଜଣ, ଭଦ୍ରକରୁ ୪୧, ବୌଦ୍ଧରୁ ୩୯, ଦେବଗଡ଼ରୁ ୩୪, ଜଗତସିଂହପୁରରୁ ୬୫, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, ମାଲକାନଗିରିରୁ ୧୭ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here