ଅନୁଗୁଳରେ ବଢି ଚାଲିଛି କରୋନା, ଜିଲ୍ଲାରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

0
34

ଅନୁଗୁଳ(ବ୍ୟୁରୋ) : ଅନଗୁଳ ଜିଲ୍ଲା ରେ ହୁ ହୁ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି  । ସେଥି ପାଇଁ ଦୁଇ ଚାରି ଦିନ ଭିତରେ କାର୍ଯ୍ୟକ୍ଷମ ହେବ ଅନୁଗୁଳ ଜିଲ୍ଲାର କୋଭିଡ୍ ହସ୍ପିଟାଲ। ପୁଣି ଥରେ ସମ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲର ପରିଚାଳନା ଦାୟିତ୍ଵ ଦିଆଯାଇଥିବା ନେଇ ଜିଲ୍ଳାପାଳ ସୂଚନା ଦେଇଛନ୍ତି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ମଧ୍ୟ କହିଛନ୍ତି।

ଅନୁଗୁଳରେ ବଢି ବଢି ଚାଲିଛି କୋଭିଡ ସଂକ୍ରମଣ। ପ୍ରତିଦିନ ଜିଲ୍ଲାରେ ଶତକ ମାରୁଛି କରୋନା।  ଜିଲ୍ଲାରେ ଏ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସହ ୧୩୯୧୮ରେ ପହଁଚିଲାଣି। ସେଥିପାଇଁ ଚେକିଂ ଟେଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଳାପାଳ । ବଢୁଥିବା ସଂକ୍ରମଣକୁ ଆଖିଆଗରେ ରଖି ଶୀଘ୍ର ପୁଣିଥରେ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରୁଛି। ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ MCL ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଛି। ଗତବର୍ଷ ପରି ଏ ବର୍ଷ ମଧ୍ୟ ସମ୍ ହସ୍ପିଟାଲକୁ ଜିଲ୍ଲା କୋଭିଡ ହସ୍ପିଟାଲ ପରିଚାଳନା ଦାୟିତ୍ଵ ଦିଆଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ କହିଛନ୍ତି।

ଦୁଇ ଚାରି ଦିନରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ଏହା ସହ MCL ନେହେରୁ ଶତାବ୍ଦୀ ହସ୍ପିଟାଲର ସବୁ ଭିତ୍ତିଭୂମି ବୁଲି ଦେଖିଛନ୍ତି ଜିଲ୍ଲାପାଳ। ଏଥର ପ୍ରଥମ ପର୍ଯ୍ୟାୟରେ ୧୩୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here