ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦେରଗଡ ସାଂସଦ ଜୁଏଲ ଓରାମଙ୍କୁ କରୋନା

0
39

ରାଉରକେଲା (ବ୍ୟୁରୋ ): ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କରୋନା ସଂକ୍ରମିତ ହୋଇଛନ୍ତି।
ସେ ନିଜେ ଟ୍ୱଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ,  ସେ କୋଭିଡ୍‌-୧୯ ଟେଷ୍ଟ କରି ପଜେଟିଭ୍ ଥିବା ଜାଣିବାକୁ ପାଇଛନ୍ତି।

ସେଥିପାଇଁ ଗତ କିଛଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି। ଏପଟେ ଶ୍ରୀ ଓରାମ କୋଭିଡ୍ ସଂକ୍ରମିତ ହୋଇଥିବା ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here