ରାଜ୍ୟରେ ଚାଲିଥିବା ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ ରେ ଦେବଗଡ଼ ସହର ଶୂନଶାନ

0
34

ଦେବଗଡ଼ (ବ୍ୟୁରୋ ) : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ ।

ପିସିଆର୍ ଭ୍ୟାନରେ ମାଇକ୍ ଜରିଆରେ ଲୋକଙ୍କୁ ପୋଲିସ ସଚେତନ ବି କରୁଛି । ସଟଡାଉନ୍ ସମୟରେ ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ୍ ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଅଧିକାଂଶ ଲୋକ ନିୟମ ମାନି ଘରୁ ଗୋଡ଼ କାଢ଼ି ନାହାଁନ୍ତି ।ଆଜି ମଧ୍ୟ ଦେବଗଡ଼ ସହର ପୁରା ଶୂନଶାନ ଥିବାର ଦେଖିବାକୁ ମିଳିଛି ।

ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଓ ଆଦର୍ଶ ଥାନାଧିକାରୀ ସୁରେନ୍ଦ୍ର ନାୟକ ଙ୍କ ନେତୃତ୍ଵ ରେ ପୋଲିସ ଫୋର୍ସ ବିଭିନ୍ନ ଜାଗାରେ ନାକାବନ୍ଦୀ କରି ବ୍ୟାପକ ଚେକିଂ କରିବା ସହ ଅମାନିଆ ଙ୍କୁ ତାଗିଦ କରିଥିବାର ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here