ଫେଲ ମାରିଛି ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ,ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

0
31

କନ୍ଧମାଳ : ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ହେଲେ ସରକାରୀ ବାବୁଙ୍କ ଅବହେଳା ଏବଂ ଆନ୍ତରିକତାର ଅଭାବ କାରଣରୁ ଗାଁ ଗଣ୍ଡାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ଏବେ ଅନେକ ଅଚଳ ହୋଇରହିଛି। କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ।

ଯାହାର ଫଳ ସ୍ୱରୂପ ଅନେକ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବାରୁ ଏହା ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ବିଶେଷ କରି ଏବେ ଖରାଦିନେ ଲୋକେ ପିଇବା ପାଣି ପାଇବାକୁ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। କନ୍ଧମାଳ  ଜିଲ୍ଲା ଦାରିଙ୍ଗବାଡି ବ୍ଲକ  କିରିକୁଟି ପଞ୍ଚାୟତ ଅଧିନସ୍ଥ ବୁରାଙ୍ଗିଆ, ବୁଦେଲିପଡ଼ି, ଝାରମୁଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ତିନୋଟି ଗ୍ରାମରେ ପ୍ରାୟ ୨୦୦ ପରିବାର ବସବାସ କରୁଛନ୍ତି।

ଏହି ଗ୍ରାମର ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଏଠାରେ ୮ ନଳକୂପ , ୮ କୂଅ  ଏବଂ ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ  କାର୍ଯ୍ୟକାରୀ କରାଯିବା ସହ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଓଭର ହେଡ଼ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇ ଘରକୁ ଘର ପାଇପ ଜଳ ଯୋଗାଇବାକୁ ବ୍ୟବସ୍ଥା ହୋଇଛି। ହେଲେ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଆବଶ୍ୟକୀୟ ପାଣି ଟାଙ୍କିକୁ ଉଠାଯାଇ ପାରୁନଥିବାରୁ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ।

ଆଉ ସେପଟେ ଗାଁରେ ୪ ବର୍ଷ ତଳେ ନିର୍ମାଣ ହୋଇଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ୨ ବର୍ଷ ହେବ ଅଚଳ ହୋଇ ପଡ଼ିରହିଛି। ଗାଁରେ ରହିଥିବା ନଳକୂପ ମଧ୍ୟରୁ ୩ଟି ଅଚଳ ହୋଇରହିଥିବା ବେଳେ ଆଉ ବାକି ୫ଟି ନଳକୂପରୁ ଖରାପ ପାଣି ବାହାରୁଛି। ଆଉ ଗାଁରେ ଯେଉଁ ସବୁ କୂଅ ରହିଛି ସେଥିରୁ ୪ଟିର ପାଣି ସମ୍ପୂର୍ଣ୍ଣ ଶୁଖିଯାଇଥିବା ବେଳେ ବାକି ୪ଟି କୂଅର ପାଣି ଉପରେ ୨୦୦ ପରିବାରର ଲୋକ ପାନୀୟ ଜଳ ପାଇବାକୁ ବ୍ୟବହାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here