କରୋନା ରେ ଯୁବ ସାମ୍ବାଦିକ ଅମଜାଦ ବାଦଶାହା ଙ୍କ ପରଲୋକ

0
40

ସମ୍ବଲପୁର(ସଂଜୀବ ପାଣିଗ୍ରାହୀ): ଝାରସୁଗୁଡ଼ା ଜିଲ୍ଲାର ଯୁବ ସାମ୍ବାଦିକ ଅମଜାଦ ବାଦଶାହ ଙ୍କ ରବିବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହେଉଥିଲା । ସେ ଗତ ଏପ୍ରିଲ ୭ ତାରିଖରୁ କୋଭିଡ଼ରେ ଆକ୍ରାନ୍ତ ଥିଲେ । ତାଙ୍କ ପରିବାରର ତିନିଜଣ କୋଭିଡ଼ରେ ଆକ୍ରାନ୍ତି ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ଆଗରୁ ତାଙ୍କର ଖୁଡ଼ିଙ୍କ ଝାରସୁଗୁଡ଼ା କୋଭିଡ଼ ହସପିଟାଲରେ ଚିକିତ୍ସାଧୂନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଅମଜାଦ ଏବଂ ତାଙ୍କ ମା’ ରାଉରକେଲା ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ଅମଜାଦଙ୍କୁ ସଙ୍କଟପନ୍ନ ଅବସ୍ଥାରେ ଆଇସିୟୁରେ ରଖାଯାଇଥିଲା । ରବିବାର ସନ୍ଧ୍ୟା ୫ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି

LEAVE A REPLY

Please enter your comment!
Please enter your name here