କୋରୋନା ଭୟରେ ଫିକା ପଡିଲା ରକ୍ତ ସମ୍ପର୍କ ୧୪ ଘଣ୍ଟା ଧରି ପଡ଼ିରହିଲା ଶବ

0
25

ଵରଗଡ(ମିନକେତନ ଦୀପ): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ତାମିଲ ନାଡୁ ରୁ ପାଞ୍ଚ ଦିନ ପୂର୍ବରୁ ନିଜ ଗ୍ରାମକୁ ଫେରି ଥିଲେ । ତାଙ୍କୁ ଜ୍ୱର ହେଉଥିଲା ଏବଂ ଗତକାଲି ତାଙ୍କ ଦେହ ଅତ୍ୟନ୍ତ ଅସୁସ୍ଥ ହୋଇଥିବାରୁ ତାଙ୍କୁ ମେଡିକାଲ ନେବାପାଇଁ ଗ୍ରାମ ର କିଛି ଭଦ୍ର ବ୍ୟକ୍ତି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ହସ୍ପିଟାଲ୍ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲିଯାଇଥିଲେ । ଯାହାଫଳରେ ଚିକିତ୍ସା ଅଭାବରୁ ଅଳ୍ପକିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତୁ ହେଲାପରେ ମଧ୍ୟ ତାଙ୍କ ପାଖକୁ ତାଙ୍କ ସମ୍ପର୍କୀୟ ମାନେ କରୋନା ଭୟରେ କେହି ନ ଆସି ନ ଥିଲେ । ବାଧ୍ୟହୋଇ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶବ କୁ ଦୀର୍ଘ 14 ଘଣ୍ଟା ପର୍ଯ୍ୟନ୍ତ ଜଗି ରହିଥିଲେ । ଶବ ଟି ର ମୃତୁ ସନ୍ଧ୍ୟା ପ୍ରାୟ 7ଟା ବେଳକୁ ହୋଇସାରିଥିବା ବେଳେ ଶବଟି ତା ପରଦିନ ସକାଳ ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ପଡ଼ିରହିଥିଲା। ତେବେ କୌଣସି ପ୍ରକାରେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟାର ଦେବଦତ୍ତ କ୍ଳବ୍ ଖବର ପାଇ ଘଟଣା ସ୍ଥଳରେ ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପଧାନ ଙ୍କୁ ଯୋଗାଯୋଗ କରାଯାଇ ତାଙ୍କଉପସ୍ଥିତି ରେ ଦେବଦତ୍ତ କ୍ଳବ୍ ର ସଦସ୍ୟ ମାନେ ଶବକୁ ଘରୁ ବାହାର କରି ଶବ ସତ୍କାର କରିଥିଲେ । ବାରମ୍ବାର ଏହି ଅଞ୍ଚଳରେ ଏ ପରି ଘଟଣାମାନ ଘଟୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିବ କେବେ । ନା ପ୍ରଶାସନ ସବୁ ଜାଣି ଶୁଣି କୁମ୍ଭକର୍ଣ ନିଦ୍ରାରେ ସୋଇଛି ।

LEAVE A REPLY

Please enter your comment!
Please enter your name here