ବନ୍ଦ ଘର ଭିତରୁ ମାଆ ଓ ୩ ବର୍ଷ ଝିଅର ମୃତଦେହ ଠାବ

0
9

ବଣାଇ : ସୁନ୍ଦରଗଡ ଜିଲା ବଣାଇ ଅନ୍ତର୍ଗତ କୋଇଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। କୋଇଡା ଥାନା ମସଜିଦ ଗଳିର ଏକ ବନ୍ଦ ଘର ଭିତରୁ ମାଆ ଓ ୩ ବର୍ଷର ଝିଅର ମୃତଦେହ ଠାବ ହୋଇଛି। ମାଆର ମୃତଦେହ ଘର ଭିତରେ ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିବା ବେଳେ ଶିଶୁକନ୍ୟାର ମୃତଦେହ ତଳେ ପଡିଥିବା ଅବସ୍ଥାରେ ଠାବ ହୋଇଛି। ଉଭୟଙ୍କ ମୃତ୍ୟୁ ସନ୍ଦେହଜନକ ଥିବା ବେଳେ ଘରେ ତାଙ୍କ ସ୍ୱାମୀ ନଥିବା ନେଇ ସୂଚନା ମିଳିଛି। ପାଖ ପଡ଼ୋଶୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here