ଟ୍ରକ୍ – ବାଇକ୍‌ ଧକ୍କା : ସ୍ତ୍ରୀ ମୃତ, ସ୍ବାମୀ ଓ ୬ବର୍ଷର ଶିଶୁ ଆହତ

0
56

ଅନୁଗୋଳ : ବାଇକକୁ ପଛପଟୁ ଟ୍ରକ୍ ଧକ୍କା ଦେବାରୁ  ବାଇକର ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଛି ଓ  ଦୁଇ ଜଣ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ପାଲଲହଡା ଖମାରରେ ଘଟିଛି ଏଭଳି ଅଘଟଣ ।

ମିଳିଥିବା ସୂଚନା ଅନୁସାରେ , ଅନୁଗୋଳ ଜିଲ୍ଲା ପାଲଲହଡା ଖମାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍ କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଦୁର୍ଘଟଣା ଫଳରେ ବାଇକ୍ ରେ ବସିଥିବା ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବତିସୁଆଁ ଗାଁରେ ଜ୍ୟୋତ୍ସାରାଣୀ ସାହୁ । ସ୍ବାମୀ-ସ୍ତ୍ରୀ ୬ ବର୍ଷର ଛୁଆକୁ ନେଇ ତାଳଚେରରୁ ଏକ ବାହାଘରରୁ ଫେରୁଥିବା ବେଳେ ପଛପଟୁ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭର  ଖମାର ଥାନାରେ ଅଟକ ଅଛି । ଆହତ ବାପା-ଛୁଆଙ୍କୁ ଚିକିତ୍ସା ପାଇଁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here