ସୋସିଆଲ୍ ମିଡ଼ିଆରେ ଅମ୍ଳଜାନ ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ : ସୁପ୍ରିମ୍‌ କୋର୍ଟ

0
1

ନୂଆ ଦିଲ୍ଲୀ : କରୋନା ଭାଇରସ୍‌  ସଂକ୍ରମଣର ଏହି ଦ୍ୱିତୀୟ ଲହର  ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି ।ରୋଗୀଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ଡାକ୍ତରଖାନାମାନଙ୍କରେ ଶଯ୍ୟା ଓ ଅମ୍ଳଜାନ ପାଇବା ଅନେକ ରୋଗୀଙ୍କ ପାଇଁ କଷ୍ଟକର ହୋଇପଡି଼ଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ସୋସିଆଲ୍‌ ମିଡି଼ଆରେ  ସରକାରଙ୍କ ବିରୁଦ୍ଧରେ ପୋଷ୍ଟ୍‌ କରୁଛନ୍ତି ତ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ସୋସିଆଲ ମିଡି଼ଆରେ ଏପରି ପୋଷ୍ଟ କରୁଥିବା ଲୋକଙ୍କ ଉପରେ ରାଜ୍ୟ ସରକାରମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବା ଖବର ଆସୁଥିଲା । କିନ୍ତୁ ସୁପ୍ରିମ୍‌ କୋର୍ଟ  ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ କହିଛନ୍ତି ଯେ ଯେଉଁମାନେ ସୋସିଆଲ୍‌ ମିଡି଼ଆରେ ଅମ୍ଳଜାନ, ଶଯ୍ୟା ଓ ଔଷଧ ଇତ୍ୟାଦି ବିଷୟରେ ପୋଷ୍ଟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।

ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଙ୍ଘାତିକ ହେଉଥିବା ବେଳେ ରାଜ୍ୟ ସରକାରମାନଙ୍କୁ ଓ ରାଜ୍ୟଗୁଡ଼ିକର ପୋଲିସ ମୁଖ୍ୟମାନଙ୍କୁ (ଡି.ଜି.ପି.) ଏହି ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଏପରି ସ୍ଥିତିରେ ଲୋକେ ଗୁଜବ ପ୍ରଚାର କରୁଥିବା ନାଁରେ ଯଦି ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଏ, ତେବେ କୋର୍ଟ ଅବମାନନା ମାମଲା ଚଳାଇବ ।

LEAVE A REPLY

Please enter your comment!
Please enter your name here