ନିଜର ଜୀବନ କେ ପାଏନ ଛଡେଇ ଅସହାୟ ରୋଗୀ ମାନକର ସେବାରେ ମଧୁ

0
63

ସମ୍ବଲପୁର (ଲିଙ୍ଗରାଜ ମାହାର ) : ଇହାଦେ କରୋନାର ତାଣ୍ଡବ ରେ ସାରା ପୃଥିବୀ ଥରହର ହେଉଛେ । ଯଦି କାହାକେ କରୋନା ହେଲେ ତାର ନିଜର ଲୁକେଭି ତାହାକେ ପାଶରୀ ଦେଲାବାଗିର ତାର ପାଖକେ ନାଇଯିବାର କି ନାଇ ଚିଂବାର । ଇଟା ଖାଲି କରୋନା ରୋଗୀର କଥା ନୁହେ । କାହାକେ ଯଦି ଜର କି ଅଲଗା କାଣା ହେଇକରି ଦେହେ ନସିଥିବା ବେଲେଭି ଇଟା କରୋନା ବେମାର ହେଇଛେ ବଲି ଭି ଡରେହେ ତାର ପାଖକେ ନାଇଯିବାର ।


ହେଲେ ଏନ୍ତା ଜନେ ଲୋକ ମଧୁ ମୋଦକ ଇ ସବୁକେ ଖାତିର ନାଇକରିକରି ନିଜର ଜୀବନ କେ ପାଏନ ଛଡେଇକରି ଦିନ ରାଏତ ସେବା କରୁଛନ୍ କରୋନା ରୋଗୀ ମାନକର । ଖାଲି କରୋନା ରୋଗୀ ବଲୀ ମାନେ ନାଇ ଅଲଗା ପଶୁ ପକ୍ଷୀ ହେଉନ୍ତ କି ଗାଏ ଦାମୁର ହେଉନ୍ତ କି ବୁର୍ଲା ହସ୍ପିଟାଲ କେ ଆସୁଥିବା ଅସହାୟ ନିରାଶ୍ରୟ ରୋଗୀ ମାନେ ହେଉନ୍ତ ସେ ସବୁବେଳେ ତାକର ସେବା କାରବାର କେ ଦଉଡି ଆଏସନ । ଯେନ କୋଭିଡ଼ ହସ୍ପିଟାଲ ପାଖକେ ତ ଯିବାର ଦୂରର କଥା ବାହାରୁ ଦେଖଲେ ଭିଲ ଲୁକେ ଡରୁଛନ । ଆର ଯେନ ରୋଗୀ ମନେ କୋଭିଡ଼ ହସ୍ପିଟାଲେ ଭର୍ତି ହେଇଛନ ତାକରମାନକର ଲୋକମାନେ ବେମାରିର ସାଙ୍ଗେ କଥା ଭି ନାଇହେଇ ପାର୍ବାର କି ତାକର ଭଲମନ୍ଦ ବୁଝି ନାଇପର୍ବାର ସେମାନଙ୍କୁ ମଧୁ ମୋଦକ କୋଭିଡ଼ ହସ୍ପିଟାଲ ଭିତର କେ ଯାଇକରି ରୋଗୀ ମାନକୁ ତାକର ଲୋକ ମାନକର ସାଙ୍ଗେ କଥା ଲଗେଇ କରି ତାହାକୁ ଆସ୍ବସ୍ତି କରାସନ । ଇ କରୋନା ୱାର୍ଡ ଆର କରୋନା ରୋଗୀ ମାନକର ସାଙ୍ଗେ ଟିକେ ବି ଯଦି ଛିଆଁ ଛୁଇଁ ହେଲେ କି କରୋନା ଡେଗି ଯିବାର ଡର ଥିସି । ହେତିର ଲାଗି ଇ ୱାର୍ଡ ରେ ଜେନମାନେ କାମ କରସନ ସେ ମାନେ ବେମାର ନାଇ ଡ଼େଗବା ବଲୀ PPE କୀଟ ପିନ୍ଧିକରି ରୋଗୀ ମାନକର ଦେଖରେଖ କରସନ । ହେଲେ ଇ ମଧୁ ମୋଦକର ପାଖେ ନା ଅଛେ PPE କୀଟ ନା ଅଛେ କେନ୍ସି ସେଫଟି ଉପକରଣ ଖାଲି ତାକର ମୁହେଁ ଗୁଟେ ମାସ୍କ ଆର ହାତେ ଦୁଇଟା ଗ୍ଲୋବସ୍ ପିନ୍ଧି କରି ବେଧଡକ ଯାଇକରି କରୋନା ବେମାରି ମାନକର ସେବାରେ ଲାଗି ଯାଏସନ । ଇଥିର ଲାଗି ସେ କାହାରି ନୁ ଟଂକାଟେ ଭି ଆଶା ନାଇଁ କରନ୍ତ କି କିଏ ଦେଲେ ଭି ନାଇ ନିୟନ୍ତ ଉଲଟିଆ ଯଦି ଦରକାର ପଡଲେ ନିଜର ହାତୁ ଖର୍ଚ୍ଚା କରି ବେମାରି ମାନକୁ ସହଯୋଗ କରସନ । ଧନୀ ଗରିବ ଶମକୁ ସମାନ ଭାବିକରି ସମକୁ ସହଯୋଗ କରସନ ହେଲେ କାହାରିନୁ କିଛି ଆଶା ନାଇକରନ । ବାଟେ ଘାଟେ ଭି ଯଦି ଅସହାୟ ଅବସ୍ଥାରେ କାହାକେ ପଡିଥିବାର ଦେଖଲେ ସାଙ୍ଗେ ସାଙ୍ଗେ ବୁର୍ଲା ହସ୍ପିଟାଲେ ଆନିକରି ଭର୍ତି କରାସନ ।
ମଧୁ ଙ୍କ ଘର ସମ୍ବଲପୁର ବଙ୍ଗାଳି ପଡ଼ାରେ ହେଇଥିଲେ ଭି ସେ ଇହାଦେ କରୋନାର ପ୍ରାଦୁର୍ଭାବ କେ ଦେଖି କରି ଦିନ ରାଏତ ବୁର୍ଲା ହସ୍ପିଟାଲେ ପଡିକରି ରୋଗୀ ମାନକର ସେବାରେ ଲାଗିଛନ । ମଧୁଙ୍କର ଘର ସମ୍ବଲପୁର ଆଏ ଫେର ଭି ସେ ବୁର୍ଲା ହସ୍ପିଟାଲ ନ ଥାଇକରି ରୋଗୀ ମାନକର ଅସୁବିଧା ବୁଝବାର ସାଙ୍ଗେ ହସ୍ପିଟାଲ ଭିତରେ ଯଦି କିଛି ସମସ୍ୟା ର ଲାଗି ରୋଗୀ ମାନେ ହଇରାଣ ହେଉଥିବାର ଦେଖଲେ ସାଙ୍ଗେ ସାଙ୍ଗେ ସେ ସମସ୍ୟାର ସମାଧାନ କରବାର ଲାଗି ମେଡିକାଲ କର୍ତ୍ତୃପକ୍ଷ କେ ଅଭିଯୋଗ କରୁଛନ୍ । ଆର ଇତାର ଉତ୍ତରୁ ସମୀୟା ପାଇଲେ ଲୋକମାଙ୍କୁ କରୋନା ବାବଦେ ସଚେତନ ଭି କରୁଛନ୍ ।
ସେ ଗଲା କିଛି ବରଷ ଆଗରୁ “ଉଦୟ ସଂଘଠନ ନାଁ ରେ ଗୁଟେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟେ ଭି ଖୁଲିକରି ଅସହାୟ ରୋଗୀ ମାନକୁ ସବୁପ୍ରକାର ସହଯୋଗ ଦେଇ ଆସୁଛନ୍ । ଯଦି କେତେ ବେଲେ କାହାକେ ରକତ ଦରକାର ପଡ଼ଲେ ସେ ତାକର ସଂଘଠନ ର ସଦସ୍ୟ ମାନକୁ କହିକରି ରକତ ଯୋଗାଡ଼ କରିକରି ଦେଶନ ।
ଗଲା ବଛର ଠିକ ଏନ୍ତା ସମୀୟା ନ ଯେନ କରୋନା ବେମାର ଆରମ୍ଭ ହେଲା ହେତକି ବେଲେ ମଧୁ ତାକର ସଂଘଠନ ର ଲୋକ ମାନଙ୍କର ସହଯୋଗରେ ହାରାହାରି କୁଡେ ହଜାର ମାସ୍କ ନିଜେ ସିଲେଇ କରି ଲୋକ ମାନକୁ ବିନା ପଇସା ଥି ବୁର୍ଲା ଆଉର ସମ୍ବଲପୁରର ସବୁ ପଡା,ଅଫିସ,ହସ୍ପିଟାଲ ଆର ଅନେକ ଜଗାକେ ଯାଇକରି ବୁଲି ବୁଲି ମାସ୍କ ବାଣ୍ଟବାର ସାଙ୍ଗେ ଲୋକ ମାନକୁ ସୁଖା ଖାଇବାର ସାମାନ ଭି ନିଜର ହାତୁ ଘିନିକରି ଦେଇଥିଲେ ।
ଇତାକେ କହେସନ କରୋନା ଯୋଦ୍ଧା । ଆର ପ୍ରକୃତ ରେ ମଧୁ ମୋଦକ ଝନେ କରୋନା ଯୋଦ୍ଧା ।।

 

LEAVE A REPLY

Please enter your comment!
Please enter your name here