ସମ୍ବଲପୁର ଗୋଶାଳା ଅଞ୍ଚଳ ରୁ ୪୦୦ ବୋତଲ କଫ ସିରଫ ଜବତ, ୪ ଗିରଫ

0
33

ସମ୍ବଲପୁର (ଜିତୁ ନନ୍ଦ ) : ଦିନକୁ ଦିନ ସମ୍ବଲପୁର ରେ କଫ ସିରଫ ର ଚୋରା କାରବାର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀ ରେ  ୪୦୦ ବୋତଲ କଫ ସିରଫ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ। ଶନିବାର ସକାଳେ ପାଟ୍ରୋଲିଂ କରିବା ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ସମ୍ବଲପୁର ଗୋଶାଳା ଅଞ୍ଚଳର ଲଡୁଖାଇ ଛକ ଠାରେ ଏକ ପାସେଞ୍ଜର ଅଟୋ ଓଡି-୧୭ପି-୦୭୧୮ (OD-17P-0718) ଅଟକାଇ ଯାଞ୍ଚ କରିଥିଲା। ସେହି ଗାଡିରୁ ପ୍ରାୟ ଚାରି ଶହ କଫ ସିରଫ ଜବତ ହୋଇଥିଲା। ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ବରଗଡ଼ ଜିଲ୍ଲାର। ଗିରଫ ହୋଇଥିବା ଲୋକ ହେଉଛନ୍ତି  ସୋହେଲାବାଞ୍ଜିର ଅନୀଲ ସାହୁ (୨୯), ସନ୍ତୋଷ ମାଝୀ (୨୪), ସୋହେଲା ବାଞ୍ଜି ପଡାର ପଞ୍ଚାନନ ବେହେରା (୨୪) ଏବଂ ନିତୁ ବାରିକ (୨୫)।

LEAVE A REPLY

Please enter your comment!
Please enter your name here