ଆଜିଠୁ ୩ ଦିନ ସାମ୍ବାଦିକଙ୍କୁ ଦିଆଯିବ ଟିକା

0
12

ଭୁବନେଶ୍ୱର : ଆଜିଠୁ ତିନି ଦିନ ଯାଏ କରୋନାର ପ୍ରମୁଖ ଯୋଦ୍ଧା ସାମ୍ବାଦିକଙ୍କୁ ଦିଆଯିବ ଟିକା। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ। ଭୁବନେଶ୍ୱରରେ ଆଜିିଠାରୁ ୬ ତାରିଖ ଏହି ୩ ଦିନ ଯାଏଁ ଟିକା ଦେବା ନେଇ ବନ୍ଦୋବସ୍ତ ହୋଇଛି। ୟୁନିଟ୍-୬ ସରକାରୀ ହାଇସ୍କୁଲ ପରିସରରେ ଟିକାକରଣ ହେବ। ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଅଧିନରେ ଆସୁଥିବା ସାମ୍ବାଦିକଙ୍କ ବୀମା ନମ୍ବର ଆଧାରରେ ତିନି ଦିନ ବିଭକ୍ତ କରାଯାଇଛି। ନିର୍ଦ୍ଦିଷ୍ଠ ଦିନରେ ସାମ୍ବାଦିକ ମାନେ ଯାଇ ଭ୍ୟାକସିନ୍ ନେଇ ପାରିବେ। ଏଥିପାଇଁ ନିଜ ପରିଚୟପତ୍ର ଓ ବୀମା କାର୍ଡ ଦେଖାଇ ପାରିବେ।

LEAVE A REPLY

Please enter your comment!
Please enter your name here