ଲୋକଙ୍କ ଘରେ ଯାଇ ଅଭିଯୋଗ ଶୁଣିବ ପୁଲିସ, ହ୍ୱାଟ୍ସଆପ୍ କିମ୍ବା ଇ-ମେଲରେ ପଠାଯିବ ଏଫଆଇଆର୍ କପି

0
21

ଭୁବନେଶ୍ୱର : ଆପଣଙ୍କୁ ଥାନାକୁ ଯିବାକୁ ପଡ଼ିବନି । ପୁଲିସ ଆସିବ ଆପଣଙ୍କ ଘରକୁ । ଆପତି ଅଭିଯୋଗ ଥିଲେ ଶୁଣିବ । ଏତଲା ବି ରଖିବ । ଫୋନ୍ କରି ଜଣାଇଲେ ଘରେ ଆସି ପହଚିଂବ ପୋଲିସ । ହେଲେ ଏହି ବ୍ୟବସ୍ଥା ସବୁଦିନ ପାଇଁ ନୁହଁ । ଆସନ୍ତା କାଲିଠାରୁ ଲକଡାଉନ୍‌ ଲାଗୁ ହେଉଥିବାରୁ କମିଶନେରଟେ ପୁଲିସ ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି ।

ସାରା ରାଜ୍ୟରେ ଏବେ ସଂକ୍ରମଣ ବଢିବାକୁ ଚାଲିଛି । ଆସନ୍ତାକାଲିଠୁ ରାଜ୍ୟରେ ଲକଡାଉନ୍ ମଧ୍ୟ ଲାଗିବାକୁ ଯାଉଛି । ଏପରି ସମୟରେ ପୋଲିସ ଲୋକଙ୍କ ଅଭିଯୋଗ ଶୁଣିବାକୁ ଏପରି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏହାସହ କଦାପି ତଦନ୍ତ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୁଲିସ ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆସନ୍ତାକାଲିଠୁ ଲକଡାଉନ୍ ଲାଗିବାକୁ ଥିବାରୁ ଅମାନିଆଙ୍କୁ ସତର୍କ କରାଇଦେଇଛନ୍ତି ଡିସିପି । ସମସ୍ତେ ନିୟମ ମାନି ରୁହନ୍ତୁ, ନିୟମ ଭାଙ୍ଗିଲେ ପୁଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କୌଣସି  ନିହାତି ଆବଶ୍ୟକ ଅଛି, ତେବେ ପୁଲିସର ଅନୁମତି ନେଇ ଲୋକମାନେ ନିଜ କାମ କରିପାରିବେ । ଏଥିପାଇଁ ୧୦୦ ଡାଏଲ୍ କରି ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here