କୂଅ ରେ ଶବ ଭାସୁଛି

0
17

ସମ୍ବଲପୁର (ଜିତୁ ନନ୍ଦ ): ସମ୍ବଲପୁର ଧନକଉଡା ବୁର୍ଲା ଥାନା ଚିପିଲିମା ଫାଂଣ୍ଡି ଅନ୍ତର୍ଗତ ଚାରପାଳି ଗ୍ରାମରେ ଆଜି ସନ୍ଧ୍ୟା ୮ ସମୟରେ ଏକ କୂଅରୁ ଏକ ଶବ ଦେଖିବାକୁ ମିଳିଥିଲା ।  ଲୋକମାନେ ଶବ ପଡିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ  । ଚିପିଲିମା ଫାଂଣ୍ଡି ଅଧିକାରୀ ତପନ କୁମାର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କୂଅଟି ଗ୍ରାମର ଟିକେଶ୍ୱର ଛନ୍ଦ ଙ୍କ ଅଟେ । କୂଅଟି ଖୋଲା  ଥିବାରୁ ସେ ପଡିଯାଇଥିବା ଗ୍ରାମାଲୋକଙ୍କ ଠାରୁ ପ୍ରକାଶ ।ସବଟିକୁ ଟର୍ଚ୍ଚ ଦ୍ୱାରା ଦେଖି ଲୋକେ ଚିହ୍ନିଥିଲେ । ଲୋକଟି ପାଖ ଗାଁ ସିଙ୍ଗିକଟlର ଖିରେଶ୍ୱର ( ୫୦) ବୋଲି ଜଣାପଡିଛି । ସେ   ବିଦ୍ୟୁତ ଶ୍ରମିକ ଭାବରେ କାମକରୁଥିଲା । କୌଣସି କାରଣରୁ  ଗତ ଶନିବାର ରାତିରେ କୂଅ ରେ ପଡିଯାଇଥିବା ଜଣାଯାଇଛି    ।ଖିରେଶ୍ୱର ର ସ୍ତ୍ରୀ କୁ ଛାଡି ଦୁଇଝିଅ ଅଛନ୍ତି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ରାତ୍ର ହେବାରୁ ଶବ କୂଅରୁ ବାହାର କରିବା ଅସମ୍ଭବ ଥିବାରୁ ଆସନ୍ତା କାଲି ଅଗ୍ନିଶମ ବିଭାଗ ଦ୍ଵାରା ଶବ ଉଦ୍ଧାର କରାଯିବବୋଲି ଫାଣ୍ଡିଆଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here