ପାଣି ଟୋପେ ପାଇଁ ଡହଳ ବିକଳ କୁଡାନାଳୀ ର ମଲହାର ସାହି ବାସିନ୍ଦା

0
86

ନାକଟିଦେଉଳ (ବ୍ୟୁରୋ ) -ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ର ଏକ ଦୁର୍ଗମ ଗ୍ରାମ ଭାବେ ପରିଚିତ କୁଡ଼ାନାଳି ଗ୍ରାମ । ତେବେ ଇତି ମଧ୍ୟରେ ଗଣ ମାଧ୍ୟମର ପ୍ରଭାବରୁ ଏହାର ଗମନା ଗମନ ର ଚିତ୍ର ସମ୍ପୂର୍ଣ୍ଣ ବଦଳି ବାକୁ ବସିଲାଣି ।  ଏହି ଗ୍ରାମର ଏକ ସାହି ରେ ବସବାସ କରୁଛନ୍ତି କିଛି ମଲହାର ଜନଜାତି ର ଲୋକ । ଏହି ସାହିର ନାଁ ହେଲା ମଲହାର ସାହି । ପ୍ରାୟ  ୧୩ଟି ପରିବାର ର ଛୋଟ ପିଲା ଙ୍କୁ ମିଶାଇ ପାଖା ପାଖି ନବେ ରୁ ଉର୍ଦ୍ଧ ଲୋକ  ଏହି ସହି ରେ  ବସବାସ କରନ୍ତି ।

ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ସରକାର ଙ୍କ ପକ୍ଷରୁ ଦୀର୍ଘ ବର୍ଷ ହେବ ଏକ ନଳକୂପ ନିର୍ମାଣ କରାଯାଇଥିଲା । ତେବେ ଏହି ନଳକୂପରୁ କଳାପାଣି ବାହାରୁ ଥିବାରୁ ଅଭିଯୋଗ କରି ଆସୁଛନ୍ତି ଏହି ସାହି ର ବାସିନ୍ଦା ମାନେ । ତେଣୁ ସେହି ନଳକୂପ ରୁ କେହି ବି ପାଣି କୁ ବ୍ୟବହାର କରନ୍ତି ନାହିଁ । ସେଥିପାଇଁ ଘର ଠାରୁ ପ୍ରାୟ ୫୦୦ମିଟର ଦୂରରେ ଥିବା ଏକ ନାଳରୁ ପାଣି ଆଣି ପାନୀୟ ଜଳ ଠାରୁ ନିତ୍ୟ ବ୍ୟବହାର୍ଯ୍ୟ କର୍ମ ରେ ବ୍ୟବହାର କରିଥାନ୍ତି । ସେହି ନାଳରୁ ଆଣୁଥିବା ପାଣି କୁ ଦେଖିଲେ ଯେ କୌଣସି ବ୍ୟକ୍ତି ସରକାର ଙ୍କ ର ବସୁଧା ଯୋଜନା ର କାର୍ଯ୍ୟକାରିତା କୁ ନେଇ ପ୍ରଶ୍ନ କରିବେ । ପୁରା।ପୁରି କାଦୁଅ ମିଶା ପାଣି କୁ ସେହି ବାସିନ୍ଦା ମାନେ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ଯଦ୍ୱାରା କି ବହୁ ଗୁରୁତର ରୋଗରେ ପୀଡ଼ିତ ହେବା ସହ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି।

ଏ ସମ୍ପର୍କରେ ଏହି ସାହିର ବାସିନ୍ଦା ମାନେ ପ୍ରକାଶ କରିଛନ୍ତି ଯେ ଆମେ ବହୁବାର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କେହି ଆମ କଥା କୁ କର୍ଣ୍ଣପାତ କରୁ ନାହାନ୍ତି ।

କେବଳ ସେତିକି ନୁହେଁ, ଏହି ମଲ୍ଲହାର ସାହି ର ବାସିନ୍ଦା ସମ୍ପୂର୍ଣ୍ଣ ଭାବେ ମୌଳିକ ସୁବିଧା ରୁ ବଞ୍ଚିତ । ଏହି ସାହି ରେ ରହୁଥିବା ବାନା ପ୍ରଧାନ, ବୟସ-୩୨ ଜଣେ ଦିବ୍ୟଙ୍ଗ ଅଟନ୍ତି । ସେ ଜନ୍ମ ରୁ ଠିକ ଭାବରେ ନା ଚାଲି ପାରନ୍ତି, ନା କଥା କହି ପାରନ୍ତି।  ଶତକଡା ୫୫ ଭାଗ ଦିବ୍ୟଙ୍ଗ ସାର୍ଟିଫିକେଟ ମିଳିଥିଲେ ମଧ୍ୟ କୌଣସି ଭତ୍ତା କିମ୍ବା ଆନୁସଙ୍ଗିକ ସୁବିଧା ମିଳୁ ନାହିଁ ।  ସେହିପରି ଆଉ ଜଣେ ହେଲେ ଲୁକା ମାଝୀ (12 ବର୍ଷ ) ଜନ୍ମ ରୁ ଅନ୍ଧ ଓ ମୁକ ଅଟନ୍ତି । ନୁଆଁଣିଆ ଚାଳ ଘରେ କାଟୁଚି ଜୀବନ । ନା ମିଳିଛି ପରିବାର ରହିବାକୁ ସରକାର ଙ୍କର ଆବାସ, ନା ମିଳୁଛି ଦିବ୍ୟାଙ୍ଗ ଭତ୍ତା।

ଏସବୁ ଦେଖିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ର ବିଭିନ୍ନ ଯୋଜନା କେବଳ ପ୍ରହସନ ରେ ପରିଣତ ହୋଇଛି ବୋଲି ଜଣା ପଡୁଛି । ରେଢ଼ାଖୋଲ ମାନ୍ୟବର ବିଧାୟକ ,ସମ୍ବଲପୁର ଜିଲ୍ଲାପାଳ ଓ ନାକଟିଦେଉଳ ବ୍ଲକ ପ୍ରଶାସନ ଦୃଷ୍ଟି ଦେବେ କି ???

LEAVE A REPLY

Please enter your comment!
Please enter your name here