୨୪ ଘଂଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ

0
12

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଉପରମୁହାଁ ଭାବେ ବଢିବାରେ ଲାଗିଛି । ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ରାଜ୍ୟରେ ଆଜି ପୁଣି ୧୦ ହଜାର ୫୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି ।

ସେହିପରି ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ବଲାଙ୍ଗିର ଓ ଝାରସୁଗୁଡାରୁ ୩୧୪ ଲେଖାଏଁ, ନୂଆପଡାରୁ ୩୦୪, ମୟୂରଭଞ୍ଜରୁ ୨୮୮, ଷ୍ଟେଟପୁଲରୁ ୨୮୨, ବୌଦ୍ଧରୁ ୨୫୦, ନୟାଗଡରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡାରୁ ୧୪୦, କେନ୍ଦ୍ରପଡାରୁ ୧୨୧, ଗଜପତିରୁ ୧୧୩, ସୁବର୍ଣ୍ଣପୁରରୁ ୧୧୨, ବାଲେଶ୍ୱରରୁ ୯୭, ଦେବଗଡ ଓ ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩, କନ୍ଧମାଳରୁ ୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here