ଚୋରି କରୁଥିବା ବେଳେ ଧରାପଡ଼ି ରାଜ ରାସ୍ତା ରେ ଚଡି ପିନ୍ଧି ଉଠବସ୍‌ ହେଲେ ଯୁବକ

0
18

ଅନୁଗୁଳ : ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରି ଜଣେ ଯୁବକ  ଦୋକାନ ମାଲିକଙ୍କ ହାବୁଡରେ ପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ଉଠ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା  ସୂଚନା ମୁତାବକ, ଅନୁଗୁଳ ସହରର ଲକ୍ଷ୍ମୀବଜାରରେ ଏକ ଖଲି, ଚଉପତି ଦୋକାନ ରହିଛି । ସମ୍ପୃକ୍ତ ଦୋକାନୀ ତାଙ୍କ ଦୋକାନ ସମ୍ମୁଖ ଗଳିରେ ତାଙ୍କ ଜିନିଷପତ୍ର ରଖିଥାନ୍ତି । ବୁଧବାର ଅନୁଗୁଳ ସହର ଲକଡାଉନ୍‌ ଥିଲା । ସହର ଶୂନ୍‌ଶାନ୍‌ ଥିବା ବେଳେ ଜଣେ ଯୁବକ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋଦାମରୁ କିଛି ଜିନିଷପତ୍ର ଚୋରି କରିଥିଲେ । ଏହି ସମୟରେ ଦୋକାନ ମାଲିକ ପଳାଇ ଆସିବାରୁ ଖସି ପାରିନଥିଲେ ସମ୍ପୃକ୍ତ ବ୍ୟକ୍ତି । ସମ୍ପୃକ୍ତ ଯୁବକ ଙ୍କୁ  ଧରିବା ପରେ ଦୋକାନ ମାଲିକ ଯୁବକର ସାର୍ଟ୍‌, ପ୍ୟାଣ୍ଟ ଖୋଲାଇଥିଲେ । ରାଜରାସ୍ତାରେ ତାଙ୍କୁ ଉଠବସ୍‌ କରିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ସେଠାରେ ରୁଣ୍ଡ ହୋଇଥିଲେ । ଏକାଧିକ ଲୋକ ପହଞ୍ଚିବା ପରେ ଦୋକାନ ମାଲିକ ସମ୍ପୃକ୍ତ ଯୁବକଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here