କରୋନାରେ ଆଖିବୁଜିଲେ ପୁଣି ଜଣେ ଯୁବ ସାମ୍ବାଦିକ ସୁମିତ ଅନକା

0
14

ଜୟପୁର : ଯୁବ ସାମ୍ବାଦିକ ସୁମିତ ଅନକା(୩୨)ଙ୍କ ମଙ୍ଗଳବାର ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । କୋଭିଡରେ ଆକ୍ରାନ୍ତ ହୋଇ ସେ ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସୁମିତଙ୍କ ଘର ସ୍ଥାନୀୟ ଲିଙ୍ଗରାଜ ନଗରରେ । ବିଶାଖପାଟଣାରେ ‘ଦି ପାୟୋନିୟର’ ଖବରକାଗଚରେ ସେ ପ୍ରମୁଖ ସମ୍ବାଦଦାତା ଭାବେ କାମ କରୁଥିଲେ । କୋଭିଡ ଗାଇଡଲାଇନ ଅନୁସାରେ ଶବସତ୍କାର କରାଯାଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଏଠାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି ।

କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍‌ ଛାତ୍ର ଥିଲେ ସୁମିତ । ପାଠ୍ୟକ୍ରମ ଶେଷ କରିବା ପରେ ଭୁବନେଶ୍ୱରରେ ‘ଓଡିଶା ପୋଷ୍ଟ’ରେ ସାମ୍ବାଦିକ ଭାବେ କାମ ଆରମ୍ଭ କରିଥିଲେ । ଏହା ପରେ ବିଶାଖପାଟଣା ଚାଲିଯାଇଥିଲେ । ସେଠାରେ ଡେକାନ କ୍ରୋନିକଲରେ କାମ କରିଥିଲେ । ଏହା ପରେ ପୟୋନିୟରେ କାର୍ଯ୍ୟ କରୁଥିଲେ।

LEAVE A REPLY

Please enter your comment!
Please enter your name here