ରାଜ୍ୟରେ ୨୪ ଘଣ୍ଟାରେ ୧୦,୬୪୯ ଜଣ ନୂଆ ପଜିଟିଭ୍‌ , ୧୯ ଆକ୍ରାନ୍ତ ମୃତ

0
13
Microscopic view of Novel Coronavirus (2019-nCoV), Flu or SARS virus. Place for text. Panoramic.

ଭୁବନେଶ୍ୱର : ରାଜ୍ୟରେ ଆଜି  ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।

ଦୈନିକ ସଂକ୍ରମଣରେ ଆଜି ଖୋର୍ଦ୍ଧା ଆଗରେ ଥିବାବେଳେ ସୁନ୍ଦରଗଡ଼କୁ ପଛରେ ପକାଇ ଦ୍ୱିତୀୟରେ ରହିଛି କଟକ । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୫୫୭, କଟକରୁ ୯୩୦, ସୁନ୍ଦରଗଡ଼ରୁ ୭୭୫, ଅନୁଗୁଳରୁ ୫୫୭, ବାଲେଶ୍ୱରରୁ ୫୦୩, ସମ୍ବଲପୁରରୁ ୪୯୪ , ମୟୂରଭଞ୍ଜରୁ ୪୦୪, ବରଗଡରୁ ୩୯୧, ଝାରସୁଗୁଡ଼ାରୁ ୩୭୮, ନୟାଗଡ଼ରୁ ୩୭୫, ପୁରୀରୁ ୩୩୫, ନୂଆପଡ଼ାରୁ ୩୩୧, ଯାଜପୁରରୁ ୩୦୭, ଜଗତସିଂହପୁରରୁ, ୨୭୮, କଳାହାଣ୍ଡିରୁ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୪୫, ବୌଦ୍ଧରୁ ୨୩୨, ଢ଼େଙ୍କାନାଳରୁ ୨୨୦, ଭଦ୍ରକରୁ ୨୧୬, ବଲାଙ୍ଗୀରରୁ ୧୯୮, ସୁବର୍ଣ୍ଣପୁରରୁ ୧୯୫, କେନ୍ଦ୍ରାପଡ଼ାରୁ ୧୮୫, କେନ୍ଦୁଝରରୁ ୧୭୫, କୋରାପୁଟରୁ ୧୬୪, ରାୟଗଡ଼ାରୁ ୧୬୩, ଦେବଗଡ଼ରୁ ୧୧୨, ଗଜପତିରୁ୧୦୪ କନ୍ଧମାଳରୁ ୬୯, ମାଲକାନଗିରିରୁ ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜି ଷ୍ଟେଟ୍ ପୁଲରୁ ୨୭୬ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ବଢିଛି। ଗତକାଲି ରାଜ୍ୟରେ ୧୭ ଜଣଙ୍କ ମୁଣ୍ଡ ନେଇଥିଲା କରୋନା।

LEAVE A REPLY

Please enter your comment!
Please enter your name here