କରୋନା ରେ ଚାଲିଗଲେ ପାଟଣାଗଡ ର ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ

0
28

ପାଟଣାଗଡ – : କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା। କରୋନାରେ ରାଜ୍ୟର ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ପାଟଣାଗଡ ପ୍ରଗତିବାଦୀ ପ୍ରତିନିଧି କୈଳାସ ସାହୁଙ୍କ ଆଜି ସକାଳ ୪.୩୦ ଘଣ୍ଟା ସମୟରେ ପାଟଣାଗଡ ବାସଭବନରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେ ଗତ କିଛି ଦିନ ହେବ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ ଏବଂ ସୁସ୍ଥ ଅନୁଭବ କରିବା ପରେ ଘରକୁ ଫେରିଥିଲେ । ହେଲେ ହଠାତ ଆଜି ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଭୋର ସକାଳ ୪.୩୦ଟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଜଣେ ସରଳ, ମିଷ୍ଠଭାଷୀ, ମେଳାପି ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ସେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଆସୁଥିଲେ । ପ୍ରଥମେ ଧରିତ୍ରୀ ଖବର କାଗଜରେ ସାମ୍ବାଦିକତା କରୁଥିବା ବେଳେ ବର୍ତ୍ତମାନ ଦୈନିକ ପ୍ରଗତିବାଦୀ ଖବର କାଗଜର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ପାଟଣାଗଡ ସାମ୍ବାଦିକ ସଂଘର ସଭାପତି ଭାବେ କାର୍ଯ୍ୟ ତୁଳାଉଥିଲେ । ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ସଙ୍ଘ ପ୍ରତି ଏକ ଅପୂରଣୀୟ କ୍ଷିତ ବୋଲି କହିବା ସହ ପାଟଣାଗଡ ସାମ୍ବାଦିକ ସଙ୍ଘ, ବଲାଙ୍ଗିର ସାମ୍ବାଦିକ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here