‘ୟସ୍’ର ପ୍ରଭାବ ରେ ଯୁବକଙ୍କ ଉପରେ ଭାଙ୍ଗି ପଡିଲା ଗଛ ,ଅବସ୍ଥା ଗୁରୁତର

0
15

ବାଲେଶ୍ଵର, :  ।  ତାଣ୍ଡବ ରଚିଲାଣି ବାତ୍ୟା ୟସ୍ ।  ବାଲେଶ୍ଵରରେ ମଧ୍ୟ ଏହାର ପ୍ରକୋପ ବଢିଲାଣି। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ରେଲୱେ କଲୋନୀ ନିକଟରେ ଘରେ ମାଆ ସହ ୨ ଝିଅ ଓ ପୁଅ ଶୋଇଥିବା ବେଳେ ଭୋର୍ ସମୟରେ ଘରେ ଉପରେ ଗଛ ପଡ଼ି ଯାଇଛି । କୌଣସି ମତେ ମାଆ ଓ ୨ ଝିଅ ଘରୁ ବାହାରି ପଡ଼ିଥିବା ବେଳେ ପୁଅଟି ଚାପି ହୋଇଯାଇଥିଲା।

ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଶେଷ କରିଛନ୍ତି। ଯୁବକଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here