ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମ ର ଦୁରୁପୋଯୋଗ ରୋକିବାକୁ ଉଦ୍ଦିଷ୍ଟ : ରବିଶଙ୍କର

0
7

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ପାଇଁ କରାଯାଇଥିବା ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ନିୟମ କେବଳ ଦୁରୁପୋଯୋଗ ରୋକିବାକୁ ହୋଇଛି। ଏହାଦ୍ବାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି କୌଣସି ବିପଦ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ନୂଆ ଆଇଟି ନିୟମକୁ ହ୍ବାଟ୍‌ସଆପ  ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ଏହା ଉପରେ ରବିଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସରକାର ବ୍ୟକ୍ତିଗତ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ମାନୁଛି ଏବଂ ତାହାର ସମ୍ମାନ କରୁଛି। ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗକୁ ରୋକିବା ଲାଗି ତିଆରି କରାଯାଇଛି। ଏହାଦ୍ବାରା ହ୍ବାଟ୍‌ସଆପ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀଙ୍କୁ ଡରିବାର ଆବଶ୍ୟକତା ନାହିଁ।

LEAVE A REPLY

Please enter your comment!
Please enter your name here