ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌ ,୩ଟି ଜିଲ୍ଲାରେ ଲକଡାଉନ କୋହଳ

0
16

ଭୁବନେଶ୍ୱର : ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର । ଜୁନ ୧୭ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧିକୁ ବଢ଼ାଇଛନ୍ତି । ଜୁନ ୧ ତାରିଖରେ ଲକଡାଉନ ଶେଷ ହେବାର ଥିଲା ।

ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ଲକଡାଉନ ବଢ଼ିଥିବାବେଳେ ପୂର୍ବଭଳି କଟକଣା ଜାରି ରହିବ । ତେବେ ବଡ କଥା ହେଉଛି ଯେ ୩ଟି ଜିଲ୍ଲାରେ ଲକଡାଉନ କୋହଳ କରାଯିବ । କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ କେବଳ ସେଲୁନ୍, ସ୍ପା ଓ ମଲ୍କୁ ଛାଡ଼ି ବାକି ସବୁ ଦୋକାନ ଖୋଲା ରହିବ। ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।

ତେବେ ମୁଖ୍ୟ ଶାସନ ସଚିବଙ୍କ କହିବା ମୁତାବକ, ଲକଡାଉନ୍ ଲାଗିବା ଫଳରେ ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣି ଏହାର ଅବଧି ବୃଦ୍ଧି କରିଛନ୍ତି ।  ସଂକ୍ରମଣ କମିଲେ କଟକଣା ମଧ୍ୟ କୋହଳ ହେବ ।

LEAVE A REPLY

Please enter your comment!
Please enter your name here