ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ

0
15

ସମ୍ବଲପୁର : ଆଜି  ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ବିଭିନ୍ନ ଟିକାକରଣ କେନ୍ଦ୍ରର ସ୍ଥିତି ଯାଞ୍ଚ କରିବା ସହ କୋଭିଡ୍‌ ହସ୍ପିଟାଲଗୁଡ଼ିକର ସ୍ଥିତି ବି ଯାଞ୍ଚ କରିଛନ୍ତି। ସମ୍ବଲପୁର ଗୋଲବଜାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ସ୍ପର୍ଶ ସିଟି ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ ହେବ । ଏହାକୁ ପରିଚାଳନା କରିବ ବରଗଡ଼଼ ବିକାଶ ହସ୍ପିଟାଲ । ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି  ।

ତେବେ ଆସନ୍ତା ଜୁନ ୧୫ରୁ ୨୦ ଭିତରେ ଏହା କାର୍ଯ୍ୟକାରୀ ହେବ | ଏଥି ପାଇଁ ଏମସିଏଲ ପକ୍ଷରୁ ବ୍ୟୟ ବରାଦ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଅତିଶୀଘ୍ର ଅନୁଗୁଳରେ ମଧ୍ୟ ଜେଏସପିଏଲ ଦ୍ବାରା ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହେବ । ଏନେଇ ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଥିଲା । ଏହା ସହ ରାଜ୍ୟରେ ବର୍ତ୍ତମାନ ୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ବ୍ଲାକ ଫଙ୍ଗସ ମେଡିସିନ କେନ୍ଦ୍ର ସରକାର ଅଧିନରେ ଅଛି । ରାଜ୍ୟକୁ ୧୦୦ଟି ଇଂଜେକସନ ଆସିଥିବା ବେଳେ ଭୀମସାରକୁ ୩୦ଟି ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ସହ ତୃତୀୟ ଲହରକୁ ଆଖି ଆଗରେ ରଖି  ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ମନ୍ତ୍ରୀ କହିଛନ୍ତି | ଆଗକୁ ଆହୁରି ଚାଇଲ୍ଡ କେୟାର ଖୋଲାଯିବ | ଆଜିର ବୈଠକରେ  ବିକାଶ ହସ୍ପିଟାଲର ମୁଖ୍ୟ , ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି ପ୍ରମୁଖ ଉପସ୍ଥିତ ରହିଥିଲେ |

LEAVE A REPLY

Please enter your comment!
Please enter your name here