ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀ ଙ୍କୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ, ପ୍ରେମିକା ସହ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦେଶକ ଗିରଫ

0
29

ରାଇରଙ୍ଗପୁର : ଅନୈତିକ ସମ୍ପର୍କ ପାଇଁ  ପ୍ରେମିକା ସହ ମିଶି ସ୍ତ୍ରୀ ଙ୍କୁ କିରୋସିନି ଢାଳି ହତ୍ୟା ଉଦ୍ୟମ ଅଭିଯୋଗ ରେ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକକୁ ଗିରଫ କଲା ପୋଲିସ । ଏମିତି ଏକ କୁସ୍ଚିତ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ।

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଦୁବୁଲାବେଡା ସ୍ଥିତ ଟେକ୍ନୋୱାର୍ଲଡ଼ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ ବିବାହିତ ହୋଇ ମଧ୍ୟ ଅନ୍ୟ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖି ଆସୁଥିଲେ । ଏପରିକି ମହାବିଦ୍ୟାଳୟରେ ଯୁବତୀଙ୍କୁ ନେଇ ଅନୈତିକ କାରବାର ଚାଲୁଥିବା ଓ ଏହାକୁ ତାଙ୍କ ସ୍ତ୍ରୀ ବିରୋଧ କରିବାରୁ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି । ଏହା ସହିତ ଉମାକାନ୍ତ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହୁଥିବା ଅଭିଯୋଗ ମଧ୍ୟ କରିଥିଲେ ତାଙ୍କ ସ୍ତ୍ରୀ । ତେବେ ସୋମବାର ଦିନ ପୁଣି ତାଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବାରୁ ଉମାକାନ୍ତ ନିଜ ପ୍ରେମିକା ସହିତ ମିଶି କିରୋସିନି ଢାଳି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଅଭିଯୋଗ ପାଇ ପୋଲିସ ଉମାକାନ୍ତ ମହାନ୍ତଙ୍କ ସମେତ ସମ୍ପୃକ୍ତ ଯୁବତୀକୁ ଗିରଫ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here