ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ

0
15

ଭୁବନେଶ୍ୱର : ରାଜ୍ୟର ବିଶିଷ୍ଟ ଫୁଟ୍‌ବଲ୍‌ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ତାଙ୍କ ସାନ ଭାଇ  ସୂଚନା ଅନୁଯାୟୀ ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ନନ୍ଦ କିଶୋର ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍‌ବଲ୍‌ ଖେଳାଳି ସୃଷ୍ଟି କରିଥିଲେ। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମାମାଲି ଦାସ ଓ ରୁନୁ ନାୟକଙ୍କ ଭଳି ଅନେକ ଜୁନିୟର ଓ ସିନିୟର ସ୍ତରର ଅନ୍ତର୍ଜାତୀୟ ଖେଳାଳି ସେ ସୃଷ୍ଟି କରିଥିଲେ।

ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ମାଗଣାରେ ଖାଇବାପିଇବା ଓ ରହିବା ବ୍ୟବସ୍ଥା କରାଇଥିଲେ ନନ୍ଦ କିଶୋର। ସ୍ୱର୍ଗତ ନନ୍ଦ କିଶୋର ରାଜ୍ୟରୁ କିଭଳି ଅଧିକରୁ ଅଧିକ ପ୍ରତିଭାବାନ ଫୁଟବଲ  ଖେଳାଳି ବାହାରିବେ ସେ ଦିଗରେ ସବୁ ବେଳେ ପ୍ରୟାସ କରୁଥିଲେ ।

LEAVE A REPLY

Please enter your comment!
Please enter your name here