ଅଭିନେତା କରଣ ମେହରା ଗିରଫ

0
31

ମୁମ୍ବାଇ : ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା କରଣ ମେହରାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍‌। ତାଙ୍କ ପତ୍ନୀ ନିଶା ରାୱଲଙ୍କ ଅଭିଯୋଗ କ୍ରମେ ପୁଲିସ୍ ତାଙ୍କୁ ଗିରଫ କରିଛି। କରଣ ତାଙ୍କୁ ମାଡ଼ ମାରିଥିବା ନେଇ ନିଶା ଅଭିଯୋଗ କରିଛନ୍ତି।

ସୋମବାର ରାତିରେ ନିଶା ଗୋରେଗାଁଓ ଅଞ୍ଚଳର ଏକ ଥାନାରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ମାମଲା ରୁଜୁ କରି କରଣଙ୍କୁ ଗିରଫ କରିଛି।

କରଣ ଓ ନିଶାଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଛି। ଏମିତିକି ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବ ବୋଲି ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ନିଶା ଏହାକୁ ଖଣ୍ଡନ କରିଥିଲେ। କିନ୍ତୁ କରଣ ଏନେଇ କିଛି ମନ୍ତବ୍ୟ ଦେଇ ନଥିଲେ।

କରଣ ଓ ନିଶାଙ୍କ ବାହାଘରକୁ ୯ ବର୍ଷ ହୋଇଗଲାଣି। ସେମାନଙ୍କର ଏ ୪ ବର୍ଷର ପୁଅ ଅଛି। ତେବେ ବେଶ୍ କିଛି ଦିନ ହେବ ସେମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ପଦାରେ ପଡ଼ିଛି।

LEAVE A REPLY

Please enter your comment!
Please enter your name here