ରାଜ୍ୟରେ କରୋନାରେ ଗଲା ଆଉ ୩୭ ଜୀବନ, ପୁଣି ଅନୁଗୋଳରୁ ସର୍ବାଧିକ ୫ ରୋଗୀଙ୍କ ମୃତ୍ୟୁ

0
13

ଭୁବନେଶ୍ୱର : ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି।

ଆଜି ଅନୁଗୁଳରୁ ସର୍ବାଧିକ କରୋନା ରୋଗୀ ଆଖି ବୁଜିଛନ୍ତି। ଏହି ଜିଲ୍ଲାରୁ ୫ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ ଆଖି ବୁଜିଛନ୍ତି। ସେହିପରି ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରୁ ୩ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ  ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଅନ୍ୟପକ୍ଷେ ବଲାଙ୍ଗିର, ଗଜପତି, ଗଞ୍ଜାମ, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଆଜି ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୮,୭୩୫ କରୋନା ପଜିଟିଭ। ଆଜି ଖୋର୍ଦ୍ଧା  ଜିଲ୍ଲାରୁ ସର୍ବାଧିକ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୩,୭୩୨ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୬,୮୦,୯୩୨ ଜଣ । ଗତକାଲି ୧୦,୪୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୮୯,୯୫୬ ଅଛି।

LEAVE A REPLY

Please enter your comment!
Please enter your name here