୨୪ ଘଣ୍ଟାରେ ଚିହ୍ନଟ ହେଲେ ୭, ୩୯୫ କରୋନା ରୋଗୀ, ଆଖି ବୁଜିଲେ ୪୦

0
8

ଭୁବନେଶ୍ୱର  :  ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି ।ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୪୩ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮୫ଜଣ, ବରଗଡ଼ ଜିଲ୍ଲାରୁ ୧୭୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୧ଜଣ, ବୌଦ୍ଧ ଜିଲ୍ଲାରୁ ୧୩୩ଜଣ, କଟକ ଜିଲ୍ଲାରୁ ୮୬୮ଜଣ, ଦେଓଗଡ଼ ଜିଲ୍ଲାରୁ ୫୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୧ଜଣ, ଗଜପତି ଜିଲ୍ଲାରୁ ୫୨ଜଣ, ଗଞ୍ଜାମ ଜିଲ୍ଲାରୁ ୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୮ଜଣ, ଯାଜପୁର ଜିଲ୍ଲାରୁ ୫୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୬ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୬ଜଣ, କନ୍ଧମାଳ ଜିଲ୍ଲାରୁ ୭୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୫୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୬୯ଜଣ, କୋରାପୁଟ ଜିଲ୍ଲାରୁ ୧୬୧ଜଣ, ମାଲକାନଗିରି ଜିଲ୍ଲାରୁ ୧୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୮୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯୬ଜଣ, ନୟାଗଡ଼ ଜିଲ୍ଲାରୁ ୨୪୩ଜଣ, ନୂଆପଡ଼ା ଜିଲ୍ଲାରୁ ୨୨ଜଣ, ପୁରୀ ଜିଲ୍ଲାରୁ ୩୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୭ଜଣ, ସୋନପୁର ଜିଲ୍ଲାରୁ ୯୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ଜଣ ରହିଛନ୍ତି ।

ସେହିପରି ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର ଓ ଦେବଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମ, କନ୍ଧମାଳ, ନୟାଗଡ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here