ନାବାଳିକା ଝିଅ ପ୍ରତି ଖରାପ ଦୃଷ୍ଟି ପକାଇବାରୁ ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ

0
39

ନୀଳଗିରି : ବାରମ୍ବାର ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ରାଗ ରେ ଭିନ୍ନକ୍ଷମ ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସ୍ତ୍ରୀ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗ୍ରାମ ରେ । ଗ୍ରାମର ଗୁତୁବାରି ସିଂହ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀ୍ଙ୍କ ମଧ୍ୟରେ  ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ ନେଇ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ସ୍ୱାମୀ ବୁଟୁ ସିଂହଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ପରେ ବୁଟୁ ସିଂହଙ୍କ ମୃତ୍ୟୁ ଘଟିଛି।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲେ ବୁଟୁ। ଏହି ସମୟରେ ଗୁରୁବାରୀ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଗୁରୁବାରୀ ଉତ୍‌କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଠେଙ୍ଗା ରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ଘରେ ପକାଇ ଗୁରୁବାରୀ ଅନ୍ୟତ୍ର ଲୁଚି ଯାଇଥିଲେ।

ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗୁରୁବାରୀଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

LEAVE A REPLY

Please enter your comment!
Please enter your name here