ଜୁଲାଇରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ!

0
10

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଆସନ୍ତା ଜୁଲାଇରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହାପୂର୍ବରୁ ଚଳିତ ମାସ ୧୬ ତାରିଖରୁ ସଂସଦୀୟ କମିଟିଗୁଡ଼ିକ କାମ କରିବା ଆରମ୍ଭ କରିବେ। ଜୁନ୍‌ ୧୬ ଓ ୨୩ ତାରିଖରେ ପବ୍ଲିକ ଆକାଉଣ୍ଟସ କମିଟିର ବୈଠକ ମଧ୍ୟ ଡକାଯାଇଛି। ଶ୍ରମିକ ବ୍ୟାପାର ସଂସଦୀୟ କମିଟିର ଗୋଟିଏ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପିଟିଆଇକୁ କହିଛନ୍ତି, “ମୋର ଆଶା ସଂସଦର ମୌସୁମୀ ଅଧିବେଶନ ସବୁଥର ଭଳି ଜୁଲାଇ ମାସରୁ ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଉଛି।”

ସୂଚନାଯୋଗ୍ୟ, ଗତବର୍ଷ କରୋନା ପାଇଁ ଜୁଲାଇ ମାସରେ ସବୁବେଳେ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିଥିଲା। ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ସଂସଦର ୩ଟି ଅଧିବେଶନର ସମୟସୀମା ହ୍ରାସ କରାଯାଇଥିବା ବେଳେ ଶୀତ ଅଧିବେଶନକୁ ସଂପୂର୍ଣ୍ଣ ବାତିଲ କରାଯାଇଥିଲା।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଂସଦୀୟ କମିଟିର ବୈଠକକୁ ମଧ୍ୟ ବାତିଲ କରାଯାଇଥିଲା। କିଛି ସାଂସଦ ଭିଡିଓ କନଫରେନ୍ସିଂରେ ସଂସଦୀୟ କମିଟିର ବୈଠକ କରିବାକୁ ଦାବି କରିଥିଲେ ହେଁ ଉଭୟ ସଦନର ପ୍ରିଜାଇଡିଂ ଅଫିସର ଏଥିପାଇଁ ଅନୁମତି ଦେଇ ନଥିଲେ।

 

LEAVE A REPLY

Please enter your comment!
Please enter your name here