ହୋ ଭାଷା You Tube ଚାନେଲ ଲୋକାର୍ପିତ କରି ଆଦ୍ୟାଶା ନିଉଜ ଏକ ଇତିହାସ ସୃଷ୍ଟି କଲା : ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା

0
59

ବଣେଇ (ରମେଶ ଚନ୍ଦ୍ର ବେହେରା ) : ଆଦ୍ୟାଶା ନିଉଜ ର ହୋ ଭାଷା You Tube ଚାନେଲ ବଣେଇ ଠାରେ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଙ୍କ ଦ୍ୱାରା ଲୋକାର୍ପିତ । ଚାନେଲ କୁ ଲୋକାର୍ପିତ କରି ଆଦ୍ୟାଶା ନିଉଜ ଏକ ଇତିହାସ ସୃଷ୍ଟି କଲା ବୋଲି ବିଧାୟକ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ବାଦଲ ବାରିକ ଯୋଗଦାନ କରିଥିଲେ ।

ଏହି ଅବସର ରେ ଯାଜପୁର ଜିଲ୍ଲା କଳିଙ୍ଗନଗର ରୁ ଶ୍ରୀ ଲଛମାନ ବାଳମୁଚୁ ଙ୍କ ନେତୃତ୍ଵ ରେ ହୋ ଭାଷା ର ଏକ ଦଳ ମଧ୍ୟ ଯୋଗଦାନ ମଧ୍ୟ କରିଥିଲେ ।

ପଶ୍ଚିମ ଓଡିଶା ମୁଖ୍ୟ ଶ୍ରୀ ମୁକୁନ୍ଦ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆଦ୍ୟାଶା ନିଉଜ ନେଟୱର୍କ ର ମୁଖ୍ୟ ଶ୍ରୀ ସରୋଜ ରାଉତ ସଂସ୍ଥା ସମ୍ପର୍କ ରେ ଆଲୋକପାତ କରିଥିବା ବେଳେ ସମ୍ପାଦିକା ଶ୍ରୀମତୀ ରଶ୍ମିତା ରାଉତ ସଭାପତିତ୍ୱ କରିଥିଲେ ଓ ସମ୍ବଲପୁର ବ୍ୟୁରୋ ମୁଖ୍ୟ ଶ୍ରୀ ପ୍ରସିସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସର ରେ କରୋନା ଯୋଧ୍ୟା ଭାବେ ସମାଜସେବୀ ବାଦଲ ବାରିକ ,ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା ,ରବୀନ୍ଦ୍ର ଖମଣିଆ ,ମୁନା ପତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

LEAVE A REPLY

Please enter your comment!
Please enter your name here