ମହାନ ଗାନ୍ଧିବାଦୀ, ବର୍ଷିୟନ ଶ୍ରମିକ ନେତା, ସମାଜ ସେବୀ ବଟକୃଷ୍ଣ ପଣ୍ଡାଙ୍କର ପରଲୋକ

0
42

ରାଉରକେଲା (ବ୍ୟୁରୋ ) :  ମହାନ ଗାନ୍ଧିବାଦୀ, ବର୍ଷିୟନ ଶ୍ରମିକ ନେତା, ସମାଜ ସେବୀ ତଥା ଇସ୍ପାତ ସହରର ଜଣେ ମୁରବି ବଟକୃଷ୍ଣ ପଣ୍ଡାଙ୍କର ଗତକାଲି  ସନ୍ଧ୍ୟା ରେ କରୋନା  ରେ ପରଲୋକ ହୋଇଯାଇଛି । ତାଙ୍କୁ ୯୪ ବୟସ ହୋଇଥିଲା । ତାଙ୍କ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ନେତା ଓ ସମାଜସେବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ରାଉରକେଲା ର ପୂର୍ବତନ ବିଧାୟକ ଦିଲୀପ ରାୟ, ବରିଷ୍ଠ ଶ୍ରମିକ ପ୍ରଭାତ ମିଶ୍ର, ବିଜେପି ର ବରିଷ୍ଠ ନେତା ନିହାର ରାୟ, ସଚେତନ ନାଗରିକ ମଂଚ ର ପି ପି ରାୟ, ଆରଏସପି ର ପୂର୍ବତନ ଅଧିକାରୀ ନାରାୟଣ ପତି, ଶ୍ରମିକ ନେତା ବୈଦ୍ୟନାଥ ଦାଶ, ପଞ୍ଚାନନ ସେନାପତି, ଶକ୍ତି ବାହିନୀ ତଥା ରାଉରକେଲା ବ୍ରାହ୍ମଣ ମହାସଭାର ଶ୍ରଦ୍ଧା ଷଡଙ୍ଗୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ରାଉରକେଲା ଜଣେ ମୁରବୀଙ୍କୁ ହରାଇଲା ବୋଲି କହିଛନ୍ତି । ଆର ଏସ ଏସ ର କାର୍ଯ୍ୟକାରୀ କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ ଓ ପୂର୍ବତନ ନଗର ପାଳ ରମେଶ ବଳ ସ୍ବର୍ଗତ ପଣ୍ଡା ଙ୍କ କରୋନା  ଜନିତ ମୃତ୍ୟୁ ଏକ ଅବିଶ୍ୱାସନୀୟ ସମ୍ବାଦ ବୋଲି କହିଛନ୍ତି।  ସ୍ବର୍ଗତ ପଣ୍ଡା ରାଉରକେଲା ର ବଟବୃକ୍ଷ ସଦୃଶ ଥିଲେ ସହରର ପ୍ରମୁଖ ସମସ୍ୟା ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ।  ଜଣେ ଶ୍ରମିକ ନେତା ଭାବେ ଶ୍ରମିକଙ୍କ ହକ ପାଇଁ ଲଢୁ ଥିଲେ । ହୀରାକୁଦ ଆନ୍ଦୋଳନ ରେ ଯୋଗ ଦେଇ ସେ ଜେଲ ଯାଇଥିଲେ,ସହର ର ଅନେକ ଅନୁଷ୍ଠାନ ର ସେ ଥିଲେ ପ୍ରତିଷ୍ଠାତା ଯାହା ମଧ୍ୟରେ ରହିଛି ସେକ୍ଟର5 ଗୁଣ୍ଡିଚା ମନ୍ଦିର।

LEAVE A REPLY

Please enter your comment!
Please enter your name here