ରାଜ୍ୟ ରେ ଦୁଇଟି ଜାଗା ରେ ମଝି ରାସ୍ତାରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

0
15

ପାଟଣାଗଡ଼ : ମଝି ରାସ୍ତାରେ ଜଳିଗଲା ଟ୍ରକ୍ କିନ୍ତୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ଟ୍ରକଟି ଯାଉଥିବା ବେଳେ ବାଲିପଟା ଛକରେ ଅଚାନକ ଲାଗିଗଲା  ନିଅଁ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯାଜପୁର ଜିଲ୍ଲା କୋରଇ ଥାନା ୨୦ ନମ୍ବର ଜାତୀୟ ରାଜପଥର ଅନ୍ଧାରି ଛକରେ ଏକ ଟ୍ରକ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି ।

ରାସ୍ତାରେ ଗାଡ଼ିଟି ଯାଉଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା । ସେଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରକଟି ଜାଳେଣି କାଠ ବୋଝେଇ ହୋଇ ରହିଥିଲା । ତେବେ କାଠ ବୋଝେଇ ଟ୍ରକ ପାଲଲହଡ଼ା ଅଭିମୁଖେ ଯାଉଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ସୂଚନା ରହିଛି । ତେବେ ଏଯାବତ୍‌ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here