ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ପେଷି ହେଉଛି ଆଦିବାସୀ ସମାଜ।

0
30

 

ସମ୍ବଲପୁର (ଆଦ୍ୟାଶା ନ୍ୟୁଜ୍ ବ୍ୟୁରୋ): ସମଗ୍ର ବିଶ୍ବର ଆଦିମ ଜନଜାତିଙ୍କ ବଂଶଜ ଭାବେ ଆଦିବାସମାନେ ଆବହମାନ କାଳରୁ ପ୍ରାକୃତିକ ପରିବେଶ ବଳୟ ମଧ୍ୟରେ ବସବାସ କରିଆସୁଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାର ମୂଳଦୁଆ ପ୍ରତିଷ୍ଠା କ୍ଷେତ୍ରରେ ଆଦିବାସୀ ସମାଜର ଅବଦାନ ଅତୁଳନୀୟ। ସର୍ବୋପରି ପିତୃପୂଜା, ପଶୁପକ୍ଷୀ ଏବଂ ପ୍ରକୃତି ପୂଜା ସହ ଜଗନ୍ନାଥଙ୍କ ଉପାସନା ଆଦିବାସୀ ସଂସ୍କୃତିରୁ ଉଦ୍ଭବ ବୋଲି କିମ୍ବଦନ୍ତୀରୁ ପ୍ରକାଶ | ମାନବ ସମାଜର ଇତିହାସ ବିଶ୍ଳେଷଣରେ ଆଦିବାସୀଙ୍କ ସାମାଜିକ ପାରମ୍ପରିକ ଚାଲିଚଳନ ଜଣାପଡିଥାଏ। ସମଗ୍ର ଦେଶରେ ୪୬୧ଟି ଜନଗୋଷ୍ଠୀ ମଧ୍ୟରୁ ଓଡ଼ିଶାରେ ୬୨ଟି ଗୋଷ୍ଠୀକୁ ତଫସିଲଭୁକ୍ତ ଜନଜାତି ଭାବେ ଚିହ୍ନଟ କରାଯାଇଥିବାବେଳେ ୧୩ଟି ଜନଗୋଷ୍ଠୀକୁ ଅତି ଆଦିମ ଜନଗୋଷ୍ଠୀର ମାନ୍ୟତା ମିଳିଛି।

 

ଆଦିବାସୀ ସମ୍ପ୍ରଦାୟ ସୁସ୍ଥ, ଶୃଙ୍ଖଳିତ, ଗୋଷ୍ଠୀଗତ ଓ ପାରିବାରିକ ଜୀବନ ଅତିବାହିତ କରୁଥିଲେ। ପରେ ପରିବର୍ତ୍ତିତ ପଞ୍ଚାୟତରାଜ ବ୍ୟବସ୍ଥାରେ ଏହି ପ୍ରଥା କ୍ରମଶଃ ଲୋପ ପାଇଯାଇଛି । ସେହିପରି ଆଦିବାସୀ ସମାଜର ବିବାହ ଆଦି ପ୍ରଚଳିତ ପରମ୍ପରା ଆଜି ପର୍ଯ୍ୟନ୍ତ ପ୍ରାୟ ସେହି ପ୍ରକାରର ରହିଆସିଛି। ଆଦିବାସୀ ସମାଜର ବିବାହ ପ୍ରଥା ସାଧାରଣତଃ ଦୁଇ ପ୍ରକାରର। ଯୌତୁକ ବିହୀନ ବିବାହ ଏହି ଜନଜାତିର ଏକ ଆଦର୍ଶ ଓ ମହାନ ପରମ୍ପରା ରହିଆସିଛି, ଯାହା ଆଜିଯାଏଁ ଉଜ୍ଜୀବିତ ରଖିଥିବା ଦେଖାଯାଉଛି ଯୁବକ ଯୁବତୀମାନେ ବିଭିନ୍ନ ଯାନିଯାତ୍ରା ସମୟରେ ପରସ୍ପର ପ୍ରତି ଭାବର ଆଦାନ ପ୍ରଦାନ କରିବା ସୁଯୋଗ ପାଇଥାଆନ୍ତି। ମନପସନ୍ଦର ସାଥୀ ପସନ୍ଦ ହେଲେ ସେମାନେ ଏକାଠି ରହିଥାନ୍ତି ଏବଂ ପରବର୍ତୀ ସମୟରେ ଏହାକୁ ସାମାଜିକ ସ୍ବୀକୃତି ମଧ୍ୟ ମିଳିଥାଏ। ଏହାଛଡା ମାଗିଲି(ପ୍ରସ୍ତାବିତ) ବିବାହ ବ୍ୟବସ୍ଥାରେ ବରପକ୍ଷ କନ୍ୟାପକ୍ଷଙ୍କୁ ଝୋଲାଡାବୁ(କନ୍ୟା ସୁନା) ଦେଇ ବିବାହ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏବେ ଆଧୁନିକ ସଭ୍ୟତା ପ୍ରଭାବରେ ଏହି ଆଦର୍ଶ ପ୍ରଥା କ୍ରମଶଃ

ହେବାକୁ ବସିଲାଣି ଆଦିବାସୀ ସମାଜର ଅତିତର ଗୋଷ୍ଠୀ ଜୀବନ ମଧ୍ୟ ଏବେ ବିପନ୍ନ ଏମାନଙ୍କ ଏକତା ସହଭାଗିତା ଓ ଭାତୃତ୍ବ ର ବନ୍ଧନ ଏବେ କୁଟୀଳ ରାଜନୀତି ଦ୍ବାରା ଛିନ୍ନ ହେବା ଦ୍ୱାରରେ ସେହିପରି ପ୍ରାକୃତିକ ଜଙ୍ଗଲ ର ଅବକ୍ଷୟ ଏମାନଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିବା ସହ ସରକାରଙ୍କ ଉନ୍ନୟନ ବ୍ୟବସ୍ଥା ଠିକ ଭାବେ ପହଞ୍ଚି ନପାରିବା ଦ୍ବାରା କ୍ରମଶଃ ଅର୍ଥନୈତିକ ଅଧୋଗତି ଆଡ଼କୁ ମୁହାଁଉଛି ଆଦିବାସୀ ଜନଜାତି ସମାଜ ଅତୀତର ପାରମ୍ପରିକ ବ୍ୟବସ୍ଥାର ସୁଫଳ ବର୍ତ୍ତମାନର ସରକାରୀ ଯୋଜନାରେ ସମନ୍ବୟ ଅଭାବ, ଉଦାସୀନତା, ଅପାରଦର୍ଶିତା ଯୋଗୁଁ ମିଳିପାରୁନଥିବା ଅନୁଭୂତ ହେଉଛି। ପୁରୁଷାନୁକ୍ରମେ ପ୍ରଚଳିତ ମୂଲ୍ୟବୋଧ ଆଧୁନିକ ଛାପ କବଳିତ ହୋଇ ଏବେ ଅବକ୍ଷୟ ଅବକ୍ଷୟମୁଖୀ ଏମାନଙ୍କ ପାରମ୍ପରିକ ସଂସ୍କୃତି ସଂପର୍କରେ ସଚେତନତା ସୃଷ୍ଟି ସହ ଆଂଚଳିକ ବିକାଶ ସୁଦୂରପ୍ରସାରୀ ହେବା ନିତାନ୍ତ ଜରୁରୀ ହୋଇପଡ଼ିଥିବା ସଚେତନ ନାଗରିକ, ଜନଜାତି

ଆଦିବାସୀ ସମାଜର ସାମାଜିକ ବ୍ୟବସ୍ଥା ନୀତିନିୟମ କେଉଁ ଆଦିମ କାଳରୁ ପ୍ରଚଳିତ। ଦେଶ ସ୍ବାଧୀନତାର ବହୁ ପୂର୍ବରୁ ଗ୍ରାମ ଶାସନର ମୁଖ୍ୟ ଭାବେ ବିଭିନ୍ନ ସଂପ୍ରଦାୟର ମୁଖିଆମାନେ ଗ୍ରାମ ଶାସନ ବ୍ୟବସ୍ଥାକୁ ପରିଚାଳନା କରୁଥିଲେ | ଗାଁର ଯାବତୀୟ ହାନିଲାଭ, ନ୍ୟାୟ ବିଚାର ଓ ମୀମାଂସା ସହ ପର୍ବପର୍ବାଣୀ ପାଳନ ସବୁଥିରେ ନିଷ୍ପତ୍ତ ନେଉଥିଲେ। ବିଭିନ୍ନ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ସହ ଅର୍ଥ ଦଣ୍ଡ ଆଦି ପ୍ରଚଳିତ ଥିଲା। ଦାମ୍ପତ୍ୟ କଳହ, ଛାଡ଼ପତ୍ର, ଜାତିରୁ ବିଚ୍ଛେଦ ତଥା ଗ୍ରାମ୍ୟ ବିକାଶରେ ଅସହଯୋଗ ଆଦିରେ ବିଚାର କରାଯାଇ ଦଣ୍ଡ ବ୍ୟବସ୍ଥା ହେତୁ ଆଦିବାସୀ ଧିରେଧିରେ ଲୋପପାଇ ଯୌତୁକ ରାକ୍ଷସ କବଳରେ କବଳିତ ହେଉଛନ୍ତି ବୋଲି ଗବେଷକ ତଥା ବୁଦ୍ଧିଜୀବିମାନେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here